ଏହି ୨ଗୁଣ ମଣିଷକୁ କରିଥାଏ ସଫଳ ଓ ମହାନ୍, ଜୀବନରେ ମିଳିଥାଏ ଭରପୂର ସମ୍ମାନ

ଚାଣକ୍ୟ ନୀତି ହିସାବରେ, ଜଣେ ବ୍ୟକ୍ତି ନିଜ ଗୁଣ ଦ୍ୱାରା ପରିଚିତ ହୋଇଥାଏ । ଗୁଣ ଥିବା ବ୍ୟକ୍ତିଙ୍କୁ ସମସ୍ତେ ଭଲ ପାଆନ୍ତି । ଏପରି ଲୋକମାନେ ଜୀବନରେ ସଫଳତା ପାଆନ୍ତି । ଲୋକଙ୍କୁ ଜୀବନରେ ମାନ ସମ୍ମାନର କୌଣସି ଅଭାବ ରୁହେ ନାହିଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଜୀବନରେ ସଫଳତା କିଛି ସ୍ୱତନ୍ତ୍ର ଗୁଣ ଉପରେ ନିର୍ଭର କରିଥାଏ । ଆସନ୍ତୁ ଜାଣିବା କେଉଁ ଗୁଣ…

ଯାହାଙ୍କ କଥା ମଧୁର, ତାଙ୍କ ପ୍ରଶଂସା ଶତ୍ରୁ ବି କରନ୍ତି:-
ଚାଣକ୍ୟ ନୀତି ଅନୁସାରେ, ବ୍ୟକ୍ତିକୁ ନିଜ କଥା ଉପରେ ଧ୍ୟାନ ଦେବା ଉଚିତ୍ । କଥା ଏପରି କହିବା ଉଚିତ୍, ଯାହାକୁ ଶୁଣିଲେ ଆନନ୍ଦ ଲାଗେ । ବ୍ୟକ୍ତିଙ୍କ କଥା ମଧୁର ହେବା ଉଚିତ୍ । ବ୍ୟକ୍ତିଙ୍କ କଥା ମଧୁର ହେଲେ, ତାଙ୍କ କଥାକୁ ଗମ୍ଭୀରତା ସହ ଶୁଣାଯାଏ । ମଧୁର ବାଣୀ ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ । ମଧୁର ବାଣୀ କହୁଥିବା ବ୍ୟକ୍ତି ଅଧିକ ସଫଳତା ପାଆନ୍ତି । ଏପରି ଲୋକଙ୍କୁ ଅନ୍ୟମାନଙ୍କ ସ୍ନେହ ଓ ସହଯୋଗ ବି ଭରପୂର ମାତ୍ରାରେ ମିଳିଥାଏ । ମଧୁର କଥା କହୁଥିବା ଲୋକଙ୍କ ପ୍ରଶଂସା ଶତ୍ରୁମାନେ ବି କରନ୍ତି ।

ନମ୍ରତା ହେଉଛି ସବୁଠାରୁ ବଡ଼ ଗୁଣ:-
ଚାଣକ୍ୟ ନୀତି ଅନୁସାରେ, ବ୍ୟକ୍ତିର ସ୍ୱଭାବ ମଧ୍ୟ ବ୍ୟକ୍ତିର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବ୍ୟକ୍ତିଙ୍କ ସ୍ୱଭାବ ବିନମ୍ର ହେବା ଉଚିତ୍ । ବିନମ୍ରତାରେ ସଫଳତା ଲୁଚି ରହିଛି । ବିନମ୍ର ବ୍ୟକ୍ତି ସମସ୍ତର ପ୍ରିୟ ହୋଇଥାନ୍ତି । ଏପରି ବ୍ୟକ୍ତି ଗମ୍ଭୀର ହୋଇଥାନ୍ତି ଓ ପ୍ରତ୍ୟେକୁ ବିଷୟକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତି । ଏପରି ଲୋକ ଉଚ୍ଚ ପଦବୀ ପ୍ରାପ୍ତ କରନ୍ତି । ଏହି ଗୁଣକୁ ବିକଶିତ କରିବାକୁ ଚେଷ୍ଟା କରିବା ଉଚିତ୍ । ବିନମ୍ରତାକୁ ସମସ୍ତ ଗୁଣରେ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ଏହି ଗୁଣ ଥିବା ବ୍ୟକ୍ତିଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ରହିଥାଏ ।