Breaking: ନ୍ୟୁଡ୍ କଲ୍ କଲେ, ହନିଟ୍ରାପରେ ଫସାଇଲେ, ଆଉ ଲକ୍ଷ ଲକ୍ଷ ଟଙ୍କା ଚୂନ ମାରିଦେଲେ
ଯୁବକଙ୍କ ପାଖକୁ ଆସିଲା ନ୍ୟୁଡ୍ କଲ୍। ତାପରେ ହଡପ୍ ହୋଇଗଲା ଲକ୍ଷ ଲକ୍ଷ ଟଙ୍କା। ଶେଷରେ ଟଙ୍କା ହରାଇ ଆତ୍ମହତ୍ୟା କରିବାକୁ ଯୁବକଙ୍କ ଉଦ୍ୟମ।
ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଆଉ ଏକ ହନିଟ୍ରାପ ମାମଲା। ନ୍ୟୁଡ କଲ୍ କରି ଯୁବକଙ୍କ ପାଖରୁ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା। ଶେଷରେ ଯୁବକ ଜଣଙ୍କ ଆଉ କିଛି ଉପାୟ ନପାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ହେଲେ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯିବା ପରେ ମାମଲା ସାମ୍ନାକୁ ଆସିଲା।
ଏହି ଘଟଣା ଘଟିବା ପରେ ଆଜି ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଯାଇ ଅଭିଯୋଗ କରିଛନ୍ତି ଯୁବକଙ୍କ ପତ୍ନୀ। ତାଙ୍କ ସ୍ୱାମୀଙ୍କ ପାଖକୁ ନ୍ୟୁଡ କଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ପରେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାର ରଖିଛି। ହେଲେ ଏହି ଘଟଣା ନୂଆ ନୁହଁ। ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। କାରଣ ଏବେ ଟଙ୍କା ଲୁଟର ନୂଆ ଫର୍ମୁଲା ସାଜିଛି ନ୍ୟୁଡ୍ କଲ୍।
ବିଶେଷ କରି ଯୁବକମାନଙ୍କ ପାଖକୁ ନ୍ୟୁଡ୍ କଲ୍ କରି ତାଙ୍କୁ ହନି ଟ୍ରାପରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିନେଉଛନ୍ତି। ହେଲେ ଏତେସବୁ କାଣ୍ଡ ବାରମ୍ୱାର ହେବା ପରେ ବି ଚେତୁ ନାହାନ୍ତି ଲୋକେ। ସେଥିପାଇଁ ଦିନକୁ ଦିନ ଏହିଭଳି ଘଟଣା ବଢିବାରେ ଲାଗିଛି।