Breaking: ଠାକୁରଙ୍କୁ ବି ଛାଡ଼ୁ ନାହାନ୍ତି: ଶ୍ରୀମନ୍ଦିରରେ ଚୋରୀ କରି ଧରାପଡ଼ିଲେ କର୍ମଚାରୀ

ପୁରୀ: ଶ୍ରୀମନ୍ଦିର ଭିତରେ ପ୍ରତ୍ନତତ୍ତ୍ୱ ବିଭାଗର ଯନ୍ତ୍ରାଂଶ ଚୋରୀ । ପଶ୍ଚିମ ଦ୍ୱାରରୁ ଚୋରୀ ସାମଗ୍ରୀ ଜବତ କଲା ପୋଲିସ ।

ଲୁହା ପାଇପ୍ ଖଣ୍ଡ କର୍ମଚାରୀ ଚୋରୀ କରୁଥିବା ଜଣାପଡ଼ିଛି । ସିଂହଦ୍ୱାରା ଥାନାରେ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

କର୍ମଚାରୀଙ୍କ ସର୍ମ୍ପକରେ ବିଶେଷ ସୂଚନା ନ ଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ କୌଣସି ଟିପ୍ପଣୀ ଦିଆଯାଇନାହିଁ ।

ମନ୍ଦିର ଚୋରୀରେ ମାତିଛନ୍ତି ଚୋର । ଲଗାତର କିଛିଦିନ ଧରି ମନ୍ଦିର ଚୋରୀ ବେହାରେ ଲାଗିଛି ।

ମନ୍ଦିରରେ ଥିବା ଠାକୁରଙ୍କ ସୁନା, ଗହଣାଠାରୁ ଆରମ୍ଭ କରି ବାସନ ମଧ୍ୟ ଚୋରୀ କରିନେଇଯାଉଛନ୍ତି ଚୋର ।