ବିପଦ ଦେଖି ସାପ ପାଲଟିଯାଏ ଏହି ଜୀବ: ଜାଣନ୍ତୁ କେମିତି ହୁଏ ସମ୍ଭବ?

ଓଡିଶା ଭାସ୍କର: ପ୍ରକୃତିରେ କୋଟି କୋଟି ଜୀବଜନ୍ତୁ ବସବାସ କରୁଛନ୍ତି । ସମସ୍ତ ଜୀବଜନ୍ତୁଭ୍କ ପାଖରେ ରହିଛି କିଛି ସ୍ୱତନ୍ତ୍ର ଶକ୍ତି ଏବଂ କୌଶଳ । ସେହିପରି କିଛି ଜୀବ ଅଛନ୍ତି ଯେଉଁମାନେ ବିପଦ ଆସୁଥିବା ନେଇ ପୂର୍ବାନୁମାନ କରି ପାରନ୍ତି ଏବଂ ସତର୍କ କରାଇପାରନ୍ତି । ଏମିତିକି ନିଜ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ଆଣିଥାନ୍ତି କିଛି ଜୀବଜନ୍ତୁ । ନିଜକୁ ସୁରକ୍ଷା ଦେବା ପାଇଁ କିଛି ଜୀବ ଅନ୍ୟ ଜୀବମାନଙ୍କର ନକଲ ମଧ୍ୟ କରିଥାନ୍ତି । ପ୍ରକୃତି କିଛି ଜୀବଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ଭାବେ ସୃଷ୍ଟି କରିଥିବା ବେଳେ କିଛି ଜୀବଙ୍କୁ ଅତି ସରଳ କରି ଗଢିଛିି । କିନ୍ତୁ ଯେଉଁ ଜୀବମାନେ ସରଳ ସେମାନଙ୍କୁ ନିଜ ସୁରକ୍ଷା ପାଇଁ ସେମାନଙ୍କୁ ପ୍ରକୃତି ସ୍ୱତନ୍ତ୍ର କୌଶଳ ଦେଇଥାଏ ।

ତେବେ ପୃଥିବୀରେ ଏପରି ଏକ ଜୀବ ଅଛି ଯିଏ ସାପ ନ ହୋଇ ମଧ୍ୟ ନିଜ ଶରୀରକୁ ସାପରେ ପରିବର୍ତ୍ତନ କରିପାରେ । ଏହି ଜୀବର ନାମ ହେଉଛି ହେମରୋପ୍ଲେନ୍ସ ଟ୍ରିପ୍ଟୋଲେମସ ମଥ । ନିଜ କ୍ୟାଟରପିଲାର ଅବସ୍ଥାରେ ସେ ଆଗାମୀ ବିପଦକୁ ଅନୁଭବ କରିପାରେ ଏବଂ ନିଜ ଶରୀରକୁ ସାପରେ ପରିଣତ କରି ଦେଇଥାଏ । ସାଧାରଣତଃ ସାପକୁ ଦେଖିଲେ ସମସ୍ତେ ଭୟ କରି ଥାଆନ୍ତି । ଏହି ଜୀବ ନିଜକୁ ସାପରେ ପରିବର୍ତ୍ତନ କରିବା ଫଳରେ ଅନ୍ୟ ଜୀବମାନେ ଏହା ନିକଟକୁ ଆସନ୍ତି ନାହିଁ । କିନ୍ତୁ ଏହାକୁ ନିକଟରୁ ଦେଖିଲେ ଏହା ଏକ ଛୋଟ ସାପ ଭଳି ଦେଖାଯାଏ ।

This is not a snake, it's one of the best mimics in nature | WTF!? | Earth  Touch News

ସ୍ପିଂଗିଡେ ପ୍ରଜାତିର ଏହି ହେମରୋପ୍ଲେନ୍ସ ମଥ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ମଧ୍ୟ ଆମେରିକାରେ ଦେଖାଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଜ ମୁହଁକୁ ସାପରେ ପରିବର୍ତ୍ତନ କରୁଥିବା ଏହି ଅଂଶ ଜୀବର ମୁହଁ ନୁହେଁ ଏହା ହେଉଛି କ୍ୟାଟରପିଲାରର ପଛ ଅଂଶ । ନିଜର ପଛ ଅଂଶକୁ ସାପରେ ପରିବର୍ତ୍ତନ କରି ଶିକାର କରିବାକୁ ଆସୁଥିବା ଜୀବ ମାନଙ୍କୁ ଭ୍ରମିତ କରାଇବା ସହ ଡରାଇଥାଏ ଏହି କ୍ୟାଟରପିଲାର ।

Snake Head Caterpillar : r/WTF

କ୍ୟାଟରପିଲାରର ଏହି ଅଂଶ ସାପ ଭଳି ଦେଖାଯିବା ସହ ଏହାର ବ୍ୟବହାର ମଧ୍ୟ ସାପ ଭଳି ହୋଇଥାଏ । ଆରାମ କରୁଥିବା ସମୟରେ କ୍ୟାଟରପିଲାରର ସାପ ଭଳି ଦେଖା ଯାଉଥିବା ଏହି ଅଂଶ ତଳେ ଲୁଚି ରହିଥାଏ । ତେବେ ବିପଦ ଅନୁଭବ କଲେ ଏହି ଅଂଶ ଫୁଲି ଯାଇ ଡାଇମଣ୍ଡର ଆକାରରେ ପରିବର୍ତ୍ତନ ହେବା ସହ ସାପ ଆଖିର ଆକୃତି ମଧ୍ୟ ହୋଇଯାଏ । ଶିକାରୀମାନଙ୍କୁ ଡରାଇବା ପାଇଁ କ୍ୟାଟରପିଲାର ନିଜ ଶରୀରକୁ ସାପ ଭଳି ହଲାଉଥିବା ମଧ୍ୟ ଜଣା ପଡ଼ିଛି ।

କ୍ୟାଟରପିଲାର ନିଜର ପଛ ଅଂଶକୁ ସାପରେ ପରିବର୍ତ୍ତନ କରୁଥିଲେ ମଧ୍ୟ ଏହା ଆଦୌ କ୍ଷତିକାରକ ନୁହଁ । ଏଥିରେ ବିଷ ନଥାଏ । ଏହା କେବଳ ଭୟଙ୍କର ଦେଖାଯିବାରୁ ଅନ୍ୟ ଜୀବମାନେ ମଥ ନିକଟକୁ ଆସି ନଥାନ୍ତି । ହେମରୋପ୍ଲେନ୍ସ ମଥ ନାମକ ଏହି କ୍ୟାଟରପିଲାର ନିଜର ସ୍ୱତନ୍ତ୍ର କୌଶଳ ଦ୍ୱାରା ପକ୍ଷୀ ତଥା ଅନ୍ୟ ଜୀବମାନଙ୍କ ଠାରୁ ନିଜକୁ ସୁରକ୍ଷା ଦେଇଥାଏ ଏବଂ ବଡ ବଡ ବିପଦରୁ ରକ୍ଷା ପାଇଯାଇଥାଏ ।

Get real time updates directly on you device, subscribe now.