ନୂଆଦିଲ୍ଲୀ: ବଜେଟକୁ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। କ୍ୟାବିନେଟ ବୈଠକରେ ସେ କହିଛନ୍ତି ଯେ, ଏହି ବଜେଟ୍ ସାଧାରଣ ଲୋକଙ୍କ ପାଇଁ, ଏହା ଗରିବ, କୃଷକ, ମହିଳା ଏବଂ ଯୁବକଙ୍କ ଆକାଂକ୍ଷା ପାଇଁ ଏହି ବଜେଟ୍।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଛି। ବିରୋଧୀ ସାଂସଦମାନେ ଲଗାତାର ସ୍ଲୋଗାନ ଜାରି ରଖିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସମସ୍ତ ମୁଖ୍ୟ ଅର୍ଥନୀତି ମଧ୍ୟରେ ଆମ ଅର୍ଥନୀତି ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଗତ 10 ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ୍ ରେକର୍ଡ ଏବଂ ଗଠନମୂଳକ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହି ସମୟରେ ଭାରତର ସାମର୍ଥ୍ୟ ଉପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।
ସମସ୍ତଙ୍କ ପାଇଁ ବିକାଶ ହାସଲ କରିବା ଏବଂ ସମସ୍ତ କ୍ଷେତ୍ରର ସନ୍ତୁଳିତ ବିକାଶକୁ ଉତ୍ସାହିତ କରିବା ପାଇଁ ଆଗାମୀ 5 ବର୍ଷକୁ ଏକ ଅନନ୍ୟ ସୁଯୋଗ ଭାବରେ ଦେଖିବା।