fbpx

ବାରାଣସୀ ଲୋକସଭା ଆସନରୁ ନାମ ପ୍ରତ୍ୟାହାର କଲେ ଏହି ପ୍ରାର୍ଥୀ, ମଇଦାନରେ ୭ ଜଣଙ୍କ ମଧ୍ୟରେ ହେବ ମୁକାବିଲା

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ୪ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଏଥିମଧ୍ୟରେ ବାରାଣସୀ ଲୋକସଭା ଆସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ସମାଜବାଦୀ ଜନକ୍ରାନ୍ତି ପାର୍ଟିର ପ୍ରାର୍ଥୀ ପାରସ ନାଥ କେସରୀ ବାରାଣସୀ ଲୋକସଭା ଆସନରୁ ନିଜ ନାମ ପ୍ରତ୍ୟାହାର କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଜଣେ ପ୍ରାର୍ଥୀ ଓହରିଯାଇଥିବାରୁ ଏହି ଆସନ ପାଇଁ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ ।

ବର୍ତ୍ତମାନ ବାରାଣସୀ ଲୋକସଭା ଆସନରୁ ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସରୁ ଆଜୟ ରାୟ, ବିଏସପିରୁ ଅତହର ଜମାଲ ଲାରି, ୟୁଗ୍ ତୁଳସୀ ପାର୍ଟିର କୋଲିଶେଟି ଶିବକୁମାର, ଅପନା ଦଲ୍(କମେରାୱାଦୀ)ରୁ ଗଗନ ପ୍ରକାଶ ଏବଂ ଦୁଇ ନିର୍ଦଳୀୟ ପ୍ରାର୍ଥୀ ଦିନେଶ କୁମାର ଯାଦବ ଏବଂ ସଞ୍ଜୟ କୁମାର ତିୱାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ବାରାଣସୀ ଲୋକସଭା ଆସନରୁ ନାମ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ମେ ୧୭ ।

Get real time updates directly on you device, subscribe now.