fbpx
BSKY SKY
BSKY SKY

୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଦଫା ଦାବି ନେଇ ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ନୀଳଗିରି ସହର । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀଳଗିରି ସହର ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ସାମ୍ବାଦିକଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି ।

ଏହା ସହ ଆଇଆଇସି ଓ ଆଇଓଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବି ହୋଇଛି । ଏହା ବ୍ୟତୀତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି । ବନ୍ଦ ଡାକରା ଯୋଗୁଁ ୧୯ନମ୍ବର ରାଜ୍ୟ ରାଜପଥ ଅବରୋଧ କରାଯାଇଛି, ଯାହାଫଳରେ ଶତାଧିକ ଗାଡ଼ି ଅଟକି ରହିଛି ।

ତେବେ ଗତ ୬ ତାରିଖରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ପୋଲିସ ଥାନାକୁ ଡକାଇ ବେଆଇନ ଭାବେ ଅଟକ ରଖିବା ସହ ନିର୍ଯାତନା ଦେଇଥିଲା। ଥାନା ଭିତରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବି ତାଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଥିଲା ପୋଲିସ ।

ଚିକିତ୍ସା ସମୟରେ ତାଙ୍କ ଗୋଡ଼ରେ ବେଡ଼ି ବାନ୍ଧି ଦେଇଥିଲା। ଏଥିପାଇଁ ମାଜିଷ୍ଟ୍ରେଟ୍‌ କିମ୍ବା କୋର୍ଟ, କାହାର ଅନୁମତି ନିଆଯାଇନଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ଓ ମାନବ ଅଧିକାରର ଖୋଲା ଉଲ୍ଲଂଘନ। ଆଇନକୁ ହାତକୁ ନେଇଥିବାରୁ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଟିସନ୍‌ ଦାଖଲ ହୋଇଛି ।

Get real time updates directly on you device, subscribe now.