fbpx

ଏହି କମ୍ପାନୀ ଦେଉଛି ଦରମା ସହ ବିଜୁଳି ବିଲ୍: ଲୋକେ କହିଲେ ମାଲିକ ହେବ ତ ଏମିତି

ବ୍ରିଟେନ: ଆପଣ ବିଭିନ୍ନ କମ୍ପାନୀର କିଛି ଭଲ ଓ ଖରାପ ମାଲିକମାନଙ୍କ ବିଷୟରେ ଶୁଣିଥିବେ ଏବଂ ଜାଣିଥିବେ । କିଛି କମ୍ପାନୀର ମାଲିକ ନିଜ କର୍ମଚାରୀଙ୍କୁ ପରିବାରର ସଦସ୍ୟ ଭଳି ଭାବୁଥିବା ବେଳେ କିଛି କମ୍ପାନୀର ମାଲିକମାନେ କର୍ମଚାରୀଙ୍କ ଉପରେ ତାଙ୍କର ମାଲିକ ପଣିଆ ଦେଖାଇଥାନ୍ତି । ତେବେ ଆପଣ ଏମିତି ମାଲିକ ବିଷୟରେ ଶୁଣିଛନ୍ତି କି? ଯିଏ କର୍ମଚାରୀମାନଙ୍କୁ ଦରମା ସହିତ ବିଜୁଳି ବିଲ୍ ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା କିଏ ଏହି ମାଲିକ ଏବଂ କେଉଁ କମ୍ପାନୀରେ ମିଳୁଛି କର୍ମଚାରୀଙ୍କୁଏହି ସୁବିଧା ।

ଡେଲି ମେଲର ରିପୋର୍ଟ ଅନୁଯାୟୀ ବ୍ରିଟେନର ଏକ କମ୍ପାନୀରେ କର୍ମଚାରୀମାନଙ୍କୁ ମାସିକ ଦରମା ସହିତ ବଢୁଥିବା ବିଜୁଳି ବିଲ୍ ପାଇଁ ମଧ୍ୟ ୧୮୦୦୦ ଟଙ୍କା ବୋନସ ମିଳୁଛି । ତେବେ ଏହି କମ୍ପାନୀର ନାମ ହେଉଛି 4com କମ୍ପାନୀ । ଯାହାର ମ୍ୟାନେଜିଙ୍ଗ ଡାଇରେକ୍ଟର ଡରେନ୍ ହଟ୍ ନିଜ କର୍ମଚାରୀମାନଙ୍କ ସୁବିଧା ପାଇଁ ଏପରି ଘୋଷଣା କରିଛନ୍ତି । ଯାହାକୁ ଦେଖି ଲୋକେ କହୁଛନ୍ତି ମାଲିକ ହେବ ତ ଏମିତି । ତେବେ ଡରେନ୍ ହଟ୍ କମ୍ପାନୀର କର୍ମଚାରୀମାନଙ୍କ ପାଇଁ ଫାର୍ମର ଏନର୍ଜି ସପୋର୍ଟ ବୋନସ୍ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଯାହାଫଳରେ ଏହି କମ୍ପାନୀରେ କାମ କରୁଥିବା ମୋଟ୍ ୪୩୧ଜଣ କର୍ମଚାରୀ ଏହି ସୁବିଧା ପାଇ ପାରିବେ ।

ଡରେନ ହଟ୍ ଙ୍କ କମ୍ପାନୀ 4com ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ବିଦ୍ୟୁତ୍ ବିଲରେ ବୃଦ୍ଧି ହେତୁ କମ୍ପାନୀ କର୍ମଚାରୀମାନଙ୍କୁ ସାହାସ୍ୟ କରିବାକୁ ପ୍ରସ୍ତୁତ ଅଛି । ଯାହାଫଳରେ ଏପରି ଏକ ସ୍କିମ ବାହାର କରିଛି । ଏହି ସ୍କିମ ମାଧ୍ୟମରେ କମ୍ପାନୀ କର୍ମଚାରୀମାନଙ୍କୁ ମାସିକ ଦରମା ସହ ୧୮୦୦୦ ଟଙ୍କା ବୋନସ ଆକାରରେ ଦେବ ।

Get real time updates directly on you device, subscribe now.