ନୂଆଦିଲ୍ଲୀ: ଏସିଆ କପ ୧୭ତମ ସଂସ୍କରଣର ଆରମ୍ଭ ୯ ସେପ୍ଟେମ୍ବରରୁ ୟୁଏଇରେ ହେବ । ଏଥର ଟୁର୍ଣ୍ଣାମେଣ୍ଟ ଟି୨୦ ଫର୍ମାଟରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ସମେତ ସମୁଦାୟ ୮ଟି ଟିମ ଏଥିରେ ଭାଗ ନେବେ ।
ଚଳିତ ଥର ଏସିଆ କପର ମୁକାବିଲା ୟୁଏଇର ୨ଟି ମଇଦାନରେ ଖେଳାଯିବ । ସେଇ ଦୁଇଟି ସ୍ଥାନ ହେଉଛି, ଅବୁ ଧାବୀ ଏବଂ ଦୁବାଇରେ ଖେଳାଯିବ । ହେଲେ ଟୁର୍ଣ୍ଣାମେଣ୍ଟର ଅସଲି ଆୟୋଜକ ୟୁଏଇ ନୁହେଁ । ଏହା ଭାରତ ।
ଏହି କାରଣ ପାଇଁ ୟୁଏଇରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଗଲା: ଏସିଆ କପ ଗତ ଥର ୨୦୨୩ରେ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା । ଏହାର ଆୟୋଜକ ପାକିସ୍ତାନ କରିଥିଲା । ହେଲେ ଭାରତ ନିଜର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା ।
ସେହିପରି ଚଳିତ ଥର ଭାରତ ପାଖରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାର ଅଧିକାର ଥିଲା । ହେଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କକୁ ଦୃଷ୍ଟିରେ ରଖାଯାଇ ୟୁଏଇରେ ମୁକାବିଲା କରିବାର ନିଷ୍ପତ୍ତି ନିଆଯାଇଛି ।
ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାଟେଣ୍ଟର ଆୟୋଜନ କରିବାର ଅଧିକାର ବିସିସିଆଇ ପାଖରେ ଅଛି । ଏଥିର ଭାରତୀୟ ଟିମ ସମସ୍ତ ମ୍ୟାଚରେ ଆୟୋଜକ ଦେଶ ଭାବେ ଖେଳିବ। ଏପର୍ଯ୍ୟନ୍ତ ଏସିଆ କପ ଇତିହାସରେ ଭାରତୀୟ ଟିମର ପ୍ରଦର୍ଶନ ଶାନଦାର ରହିଛି ।