fbpx

ମହିଳାଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁଛି ଏହି ମାରାତ୍ମକ ରୋଗ; ଧ୍ୟାନ ଦିଅନ୍ତୁ ଏହି ଲକ୍ଷଣ ଉପରେ ନଚେତ୍ ଚାଲିଯିବ ଜୀବନ

ବର୍ତ୍ତମାନ ସମୟରେ ମହିଳାମାନଙ୍କ ମଧ୍ୟରେ ଏକ ରୋଗ ଅତ୍ୟନ୍ତ ଗମ୍ଭୀର ଭାବେ ଦେଖାଯାଇଛି । ତେବେ ଏହି ରୋଗର ନାମ ହେଉଛି ଅଲଜାଇମର । ଅଲଜାଇମର ଆସୋସିଏସନର ରିପୋର୍ଟ ଅନୁଯାୟୀ, ଖରାପ ଜୀବନଶୈଳୀ ଏବଂ ହରମୋନାଲ ଅସନ୍ତୁଳନ ହେତୁ ଆଜିକାଲି ସବୁଠାରୁ ବଡ ସମସ୍ୟା ହେଉଛି ଅଲଜାଇମର । ଏହି ରୋଗ ହେତୁ ମହିଳାମାନଙ୍କର ଚିନ୍ତା ଶକ୍ତି ସଂପୂର୍ଣ୍ଣ ଲୋପ ପାଇବାକୁ ଯାଉଛି । ଏହା କେବଳ ବୃଦ୍ଧ ମହିଳାଙ୍କୁ ନୁହେଁ ବରଂ କମ୍ ବୟସର ମହିଳାମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

ମହିଳାମାନଙ୍କଠାରେ ଅଲଜାଇମର ବୃଦ୍ଧି ହେବାର ଅନେକ କାରଣ ରହିଛି, ଯେପରିକି ସେକ୍ସ କ୍ରୋମୋଜୋମ, ହରମୋନାଲ ଅସନ୍ତୁଳନ ଏବଂ ମସ୍ତିଷ୍କ ଗଠନ ପରି ଅନେକ କାରଣ ରହିଛି । ତେବେ ଏହା ଶରୀରରେ ଏଷ୍ଟ୍ରୋଜେନ୍ ହରମୋନ୍ ଦ୍ୱାରା ହୋଇଥାଏ । ବାର୍ଦ୍ଧକ୍ୟ ହେତୁ ଶରୀରରେ ଏଷ୍ଟ୍ରୋଜେନ୍ ହରମୋନର ଅଭାବ ଦେଖାଯାଏ । ଏହି କାରଣ ମହିଳାମାନଙ୍କୁ ଅଲଜାଇମର ଆଡକୁ ନେଇଯାଏ ।

ଅଲଜାଇମର ମସ୍ତିଷ୍କରେ ଆମିଲଏଡ୍- β ଏବଂ ଟାଉ ପ୍ରୋଟିନ ପ୍ରସ୍ତୁତ କରେ । ଅନୁସନ୍ଧାନ ଅନୁଯାୟୀ, ଏଷ୍ଟ୍ରୋଜେନ୍ ଆମିଲଏଡ୍- β ପ୍ରୋଟିନର କିଛି ପାର୍ଶ୍ୱ ପ୍ରତିକ୍ରିୟାକୁ ପ୍ରତିରୋଧ କରି ଅଲଜାଇମରରୁ ମସ୍ତିଷ୍କକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ, ଯେତେବେଳେ ଏହାର ଅଭାବ ଦେଖାଯାଏ, ଏହା ମସ୍ତିଷ୍କର କାର୍ଯ୍ୟକୁ ଅଟକାଇବା ଆରମ୍ଭ କରେ ।

ଏହି ରୋଗକୁ ପ୍ରାକୃତିକ ଉପାୟରେ ଭଲ କରାଯାଇପାରିବ । ଏଥିପାଇଁ ଆପଣଙ୍କ ଡାଏଟରେ କିଛି ଖାଦ୍ୟ ସାମିଲ୍ କରିବା ଆବଶ୍ୟକ । ଏହା ଶରୀରରେ ଏଷ୍ଟ୍ରୋଜେନ୍ ବୃଦ୍ଧିରେ ସାହାଯ୍ୟ କରେ । ଯେପରି ଆପଣ ଆପଣଙ୍କ ଖାଦ୍ୟରେ ଅଣ୍ଡା, ମସୁର ଡାଲି ଏବଂ ମାଛ ପରି ଉଚ୍ଚ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ୍ । ଏହା ସହିତ ଆପଣ ବ୍ୟାୟାମ ମଧ୍ୟ କରିପାରିବେ । ଏହା ସହିତ ଆପଣଙ୍କର ଓଜନ ନିୟନ୍ତ୍ରଣରେ ରହିବ ଏବଂ ଆପଣଙ୍କର ସୁଗାର ଲେଭଲ୍ ମଧ୍ୟ ନିୟନ୍ତ୍ରଣରେ ରହିବ ।

 

Get real time updates directly on you device, subscribe now.