fbpx

ଏହି ରୋଗ ନେଲା ବାପି ଲାହିରିଙ୍କ ଜୀବନ, ଲକ୍ଷଣ ଥିଲେ ଆଜିଠୁ ହୁଅ ସାବଧାନ୍

ନୂଆଦିଲ୍ଲୀ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମାତ୍ର ୬୯ ବର୍ଷ ବୟସରେ ବାପି ଦା’ଙ୍କ ନିଧନ ଖବର ସମସ୍ତେ ସ୍ତବ୍ଧ କରିଦେଇଛି । ମୁମ୍ବାଇ ସ୍ଥିତ କ୍ରିଟିକେୟାର ମେଡିକାଲରେ ସେ ନିଜର ଶେଷ ନିଶ୍ୱାସ ନେଇଛନ୍ତି । ବାପି ଦା କିଛି ଦିନ ହେବ ଏକ ରୋଗରେ ପୀଡିତ ଥିଲେ । ମେଡିକାଲର ଡାକ୍ତରଙ୍କ କହିବା ମୁତାବକ, ସେ ଗତ ୧ ବର୍ଷ ହେବ Obstructive Sleep Apnea ରୋଗରେ ପୀଡିତ ଥିଲେ । ସ୍ଲିପ ଏପନିଆ ଏକ ମାରାତ୍ମକ ରୋଗ, ଯେଉଁଥିରେ ରୋଗୀଙ୍କୁ ଅଧିକ ସମୟ ମିଳିନଥାଏ ଓ ତାଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇପାରେ । ସାଧାରଣତଃ ମୋଟାପଣର ପୀଡିତ ଲୋକମାନଙ୍କଠାରେ ସ୍ଲିପ୍ ଏପନିଆର ଆଟାକ୍ ଅଧିକ ହୋଇଥାଏ । ନ ଶୋଇବାର ଅଭ୍ୟାସ ଥିବା ଲୋକଙ୍କଠାରେ ଏହି ବିପଦ ଅଧିକ ବଢ଼ିଯାଏ ।

ନୂଆଦିଲ୍ଲୀର ସର ଗଙ୍ଗାରାମ ମେଡିକାଲର ବରିଷ୍ଠ ପରାମର୍ଶଦାତା ଡକ୍ତର ପ୍ରକାଶ ଶାସ୍ତ୍ରୀ କହିଛନ୍ତି ଯେ, ଏହି ରୋଗ କାହାକୁ ବି ହୋଇପାରେ । ଏହି କାରଣରୁ ଏହା ପ୍ରତି ଅଧିକ ସତର୍କ ଅବଲମ୍ବନ କରିବା ଉଚିତ୍ । ଯଦି କାହାକୁ ବି Obstructive Sleep Apnea ଲକ୍ଷଣ ରହିଛି, ତେବେ ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Obstructive Sleep Apnea ନିଦ ସମ୍ବନ୍ଧୀତ ଏକ ଶ୍ୱାସକ୍ରିୟା ବ୍ୟାଧି । ଏହି କାରଣରୁ ଶୋଇବା ସମୟରେ ନିଶ୍ୱାସ ବାରମ୍ବାର ବନ୍ଦ ହୁଏ ଓ ଚାଲିଥାଏ । ଏହି ରୋଗରେ ବ୍ୟକ୍ତିଙ୍କ ନିଶ୍ୱାସ ନିଦରେ ଅଚାନକ୍ ବନ୍ଦ ହୋଇଯାଏ ଓ ତାଙ୍କୁ ଜଣା ବି ପଡ଼ିନଥାଏ । ନିଶ୍ୱାସ ବନ୍ଦ ହେବାର ଏହି ସମସ୍ୟା କିଛି ସେକେଣ୍ଡରୁ ନେଇ ୧ ମିନିଟ୍ ପର୍ଯ୍ୟନ୍ତ ହୋଇପାରେ ।

ଏଥିରେ ରକ୍ତରେ ଅକ୍ସିଜେନ୍ କମ୍ ହେବା ଭଳି ଲାଗିବ ଓ କାର୍ବନ ଡାଇ ଅକ୍ସାଇଡ ଜମା ହେବା ପରି ଲାଗିବ । ନିଶ୍ୱାସ ଦେବାରେ ସମସ୍ୟା ହେବାରୁ ଲୋକଙ୍କୁ ଅନେକ ଥର ଜାଗତ୍ର ହେବାକୁ ପଡିଥାଏ, କିନ୍ତୁ ଦୀର୍ଘ ନିଶ୍ୱାସ ନେବାରୁ ଏହା ଠିକ୍ ହୋଇଯାଏ । ଏପରି ରାତିରେ ୫ରୁ ୩୦ ଥର ବା ଘଣ୍ଟାକରେ ଅନେକ ଥର ହୋଇଥାଏ । ବାରମ୍ବାର ନିଦ ଭାଙ୍ଗିବା କାରଣରୁ ଭଲ ନିଦ ବା ଗଭୀର ନିଦ ହୋଇନଥାଏ । ଏହି କାରଣରୁ ଏହି ରୋଗରେ ପୀଡିତ ଲୋକମାନେ ଦିନସାରା ହାଇ ମାରନ୍ତି । ଏଥିରୁ ଜଣାପଡେ କି ସେମାନେ ରାତିସାରା ଭଲରେ ଶୋଇନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହାର କିଛି ଲକ୍ଷଣ ବିଷୟରେ…

୧-ଦିନରେ ବହୁତ ନିଦ ଆସିବା
୨-ଜୋର ଜୋରରେ ଘୁଙ୍ଗୁଡ଼ି ମାରିବା
୩-ଶୋଇବା ଅବସ୍ଥାରେ ନିଶ୍ୱାସ ବନ୍ଦ ହେବାର ଅନୁଭବ
୪-ହଠାତ୍ ଜାଗ୍ରତ ହେବା
୫-ମୁହଁ ଶୁଖିବା ବା ଗଳା ଯନ୍ତ୍ରଣା
୬-ସକାଳର ମୁଣ୍ଡବିନ୍ଧା
୭-ଧ୍ୟାନ ଲଗାଇବାରେ ସମସ୍ୟା
୮-ମୁଡ୍ ପରିବର୍ତ୍ତନ ହେବା ଓ ଡିପ୍ରେସନ
୯-ହାଇ ବ୍ଲଡ ପ୍ରେସର
୧୦-ଯୌନ ଇଚ୍ଛା କମିବା

ତେବେ ଅଧିକ ବୟସ ହେବା ସହ Obstructive Sleep Apnea ରୋଗ ହେବାର ସମ୍ଭାବନ ବଢ଼ିଥାଏ । ଏହା ବ୍ୟତୀତ ମୋଟାପଣ, ହାଇ ବ୍ଲଡ ପ୍ରେସର ଓ ଡାଇବେଟିସ୍, ଆସ୍ଥମା ଭଳି ସମସ୍ୟାରେ ବି ଏହି ରୋଗର ବିପଦ ଅଧିକ ବଢ଼ିଯାଏ ।

Get real time updates directly on you device, subscribe now.