fbpx

ଆପଣଙ୍କ Gmail ଆକାଉଣ୍ଟ୍ କିଏ ବ୍ୟବହାର କରୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଜି-ମେଲ୍ ହେଉଛି ଦୁନିଆରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଇ-ମେଲ୍ ସର୍ଭିସ୍ । ଆପଣ ମାନଙ୍କ ପାଖରେ ନିଜର ଜିମେଲ୍ ଆକାଉଣ୍ଟ୍ ରହିଥିବ ନିଶ୍ଚୟ । ତେବେ ଭାରତରେ ସାଇବର୍ ସିକ୍ୟୁରିଟି ଓ ପ୍ରାଇଭେସୀ କୁ ନେଇ ସଚେତନତା ଖୁବ୍ କମ୍ କରାଯାଉଛି । ଖାସ୍ କରି ଜିମେଲ୍ ଆକାଉଣ୍ଟ୍ ଦ୍ୱାରା ଅନ୍ୟାନ୍ୟ ଆପ୍ କିମ୍ବା ଆକାଉଣ୍ଟ୍ ଲିଙ୍କ୍ ହୋଇଥାଏ । ଅନେକ ସଂଖ୍ୟାରେ ପାସ୍ ୱାର୍ଡ ଆପଣ ଜିମେଲ୍ ଆକାଉଣ୍ଟ୍ ସହିତ ସିଙ୍କ୍ କରି ରଖିଥାଉ । ଏପରି ସ୍ଥିତିରେ ଯଦି ଆପଣଙ୍କର ଜିମେଲ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଉଛି ତାହେଲେ ଆପଣ ସମସ୍ୟାରେ ଫସିଯାଇପାରନ୍ତି ।

ଅନେକ ସମୟରେ ଏପରି ବି ହୁଏ ଯେ, ଆପଣଙ୍କ ଜିମେଲ୍ ଆକାଉଣ୍ଟ୍ ରୁ ଅନ୍ୟ କେହି ଆକ୍ସେସ୍ କରୁଥିବ । ଏହା ଆପଣ ନିଜେ ବି ଜାଣିନଥିବେ । ଏଥିପାଇଁ ଆପଣଙ୍କ ପାଖରେ ଅନେକ ସହଜ ଉପାୟ ରହିଛି । ଯାହା ଜରିଆରେ ଆପଣ ଜାଣିପାରିବେ ଯେ, କେଉଁ କେଉଁ ଡିଭାଇସ୍ ରୁ ଆପଣଙ୍କ ଜିମେଲ୍ ଆକାଉଣ୍ଟ୍ ବ୍ୟବହାର ହୋଇଛି ।

ଜିମେଲ୍ ଆକ୍ସେସ୍ କେଉଁ କେଉଁ ଡିଭାଇସ୍ ରୁ ହେଉଛି?

ସର୍ବପ୍ରଥମେ ଆପଣ ଗୁଗୁଲ ଆକାଉଣ୍ଟ୍ କୁ ଯାଇ ରିଭ୍ୟୁ କରିନିଅନ୍ତୁ ଯେ, ଆପଣ ଏପର୍ଯ୍ୟନ୍ତ କେତୋଟି ଡିଭାଇସ୍ ରୁ ଜିମେଲ ଆକ୍ସେସ୍ କରିଛନ୍ତି । ଆପଣ ଗୁଗୁଲ ଆକାଉଣ୍ଟକୁ ଯାଇ ନେଭିଗେସନ୍ ପ୍ୟାନେଲ୍ ରୁ ସିକ୍ୟୁରିଟି ପ୍ୟାନେଲ୍ କୁ ଯାଆନ୍ତୁ । ସିକ୍ୟୁରିଟି ପ୍ୟାନେଲରେ ଥିବା ମ୍ୟାନେଜ୍ ଡିଭାଇସ୍ ଅପସନ୍ କୁ କ୍ଲିକ୍ କରନ୍ତୁ । ତାକୁ କ୍ଲିକ୍ କରିବା ପରେ ଆପଣ ଦେଖିପାରିବେ ଯେ, ବର୍ତ୍ତମାନ ସମୟରେ କେତୋଟି ଡିଭାଇସ୍ ରେ ଏକାସାଙ୍ଗରେ ଲଗ୍ ଇନ୍ ରହିଛି । ଅଧିକ ତଥ୍ୟ ପାଇଁ ଡିଭାଇସ୍ ଉପରେ କ୍ଳିକ୍ କରିପାରିବେ ।

ଆଉ ଏହି ଡିଭାଇସ୍ ଗୁଡ଼ିକ ମଧ୍ୟରୁ ଯଦି ଆପଣଙ୍କୁ ଲାଗେ ଯେ, ଉକ୍ତ ଡିଭାଇସ୍ ଆପଣ ଲଗ୍ ଇନ୍ କରିନାହାନ୍ତି ତାହେଲେ ଜାଣି ନିଅନ୍ତୁ ଯେ, ଆପଣଙ୍କ ଜିମେଲ୍ ଆକାଉଣ୍ଟ୍ ଅନ୍ୟ କେହି ବ୍ୟବହାର କରୁଛି । ତେବେ ଆଶ୍ୱସ୍ତିର କଥା ହେଉଛି ଆପଣ ଉକ୍ତ ଡିଭାଇସ୍ ରୁ ନିଜ ଫୋନ୍ ରେ ସାଇନ୍ ଆଉଟ୍ କରିପାରିବେ ।

 

Get real time updates directly on you device, subscribe now.