fbpx

କେଦାରନାଥରେ ଇନଷ୍ଟାଗ୍ରାମ ରିଲ୍ସ କଲେ ଯୁବତୀ, ଭାଇରାଲ ହେଉଛି ଭିଡିଓ…

ମନ୍ଦିରରେ ରିଲ୍ସ କରିବା ବର୍ତ୍ତମାନର ଗୋଟିଏ ଟ୍ରେଣ୍ଡ ପାଲଟିଗଲାଣି । ଏବେ ପୁଣି ଚାରିଧାମରୁ ଭାଇରାଲ ହେଲା ଜଣେ ଯୁବତୀଙ୍କ ଡ୍ୟାନ୍ ରିଲ୍ସ । ତେବେ ଏଥର କିନ୍ତୁ ଆଧୁନିକ ଗୀତର ଛୁଙ୍କ ନୁହେଁ ବରଂ ମହାଦେବଙ୍କର ଭକ୍ତିପୂର୍ଣ୍ଣ ଗୀତରେ  ରିଲ୍ କରିଛନ୍ତି ଜଣେ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି ।

କେଦାରନାଥ ପୀଠରେ ଯୁବତୀଙ୍କର ଏଭଳି ମହାଦେବଙ୍କ ଭକ୍ତିରେ ଡ୍ୟାନ୍ସ ଭିଡିଓ ଦେଖି ଅନେକ ୟୁଜର୍ସ ପସନ୍ଦ କରିବା ସହ କହିଛନ୍ତି ଏଥିରେ କିଛି ଭୁଲ ନାହିଁ । ଆହୁରି କହିଛନ୍ତି ଏହା ମହାଦେବଙ୍କ ପ୍ରତି ତାଙ୍କର ଭକ୍ତି ଭାବନା । ଯାହାକୁ ସ୍ୱାଗତ କରିବା କଥା ।

ସୂଚନା ଅନୁସାରେ କରୋନା ମହାମାରୀ ଯୋଗୁଁ ୨ ବର୍ଷ ହେବ ବନ୍ଦ ଥିବା ଚାରିଧାମ ଯାତ୍ରା ଚଳିତ ବର୍ଷ ମେ’ ୩ ରେ ଆରମ୍ଭ ହୋଇଥିଲା । ଓଡ଼ିଶାରେ ମଧ୍ୟ ଶ୍ରୀମନ୍ଦିର ସାମ୍ନାରେ ରିଲ୍ସକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା  । ଏହାପରେ ପୁଣି ଭୁବନେଶ୍ୱର ୬୪ ଯୋଗିନୀ ପୀଠ ପରିସରରେ ଯୁବତୀଙ୍କ ରିଲ୍ସବି ଚର୍ଚ୍ଚାକୁ ଆସିଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.