ମଣିଷ ମାଂସର ସ୍ୱାଦ କ’ଣ? ଉତ୍ତରରେ ଏମିତି କହିଲେ ଏହି ନରଭକ୍ଷୀ ହତ୍ୟାକାରୀ

ନୂଆଦିଲ୍ଲୀ: ଦୁନିଆରେ ଅପରାଧର ସଂଖ୍ୟା ଖୁବ ବଢିଗଲାଣି । ହତ୍ୟା, ଚୋରି, ବଳାତ୍କାର ଭଳି ଅନେକ ଅପରାଧ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି । କିନ୍ତୁ ଏହା ପରେ ମଧ୍ୟ ଏମିତି କିଛି ଘଟରା ସାମନାକୁ ଆସିଛି ଯାହାକୁ ଶୁଣିବା ପରେ ସାରା ଦୁନିଆ ସ୍ତବ୍ଧ ହୋଇଯାଇଛି । ଋଷରେ ସେହିଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି । ୨ଜଣ ମଣିଷଙ୍କୁ ହତ୍ୟା କରି ସେମାନଙ୍କ ମାଂସ ଖାଇଥିବା ଅଭିଯୋଗରେ ୧୯୯୭ ମସିହାରେ ଏହି ଯୁବକକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ସେ ନିଜ ଦୋଷ ସ୍ୱୀକାର କରିବା ପରେ ସମସ୍ତେ ହକ୍କାବକ୍କା ହୋଇ ରହିଛନ୍ତି । ମଣିଷ ମାଂସର ସ୍ୱାଦ କ’ଣ ହୋଇଥାଏ, ଏହା ସେ ବର୍ଣ୍ଣନା କରିଛନ୍ତି । ପ୍ରଥମେ ମଣିଷ ମାଂସକୁ ସିଝାଇ ଖାଇଥିଲା, କିନ୍ତୁ ଏହାର ସ୍ୱାଦ ଠିକ ନ ଲାଗିବାରୁ ଦ୍ୱିତୀୟ ଥର ମାଂସ ଫ୍ରାଏ କରିଥିଲା । ତେବେ ଦ୍ୱିତୀୟ ଥର ମାଂସ ତାକୁ ଖୁବ ଟେଷ୍ଟ ଲାଗିଥିଲା ବୋଲି ସେ ପ୍ରକାଶ କରିଛି ।

ଏହା ବ୍ୟତୀତ ସେ କରିଥିବା ହତ୍ୟାର କାରଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । ଭ୍ଲାଦିମିର କରିଥିବା ପ୍ରଥମ ହତ୍ୟାର କାରଣ ଥିଲା ଏକ ଲାଇଟର । ଜଣେ ବ୍ୟକ୍ତି ତାଙ୍କୁ ଲାଇଟର ମାଗିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ପରେ ଭ୍ଲାଦିମିର ସେହି ବ୍ୟକ୍ତି ଜଣକଙ୍କୁ ହତ୍ୟା କରିଥିଲା । ନିଜ କନଫେସନରେ ଭ୍ଲାଦିମିର କହିଛି ଯେ, ମୃତଦେହକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ତା ଦିମାଗରେ ମଣିଷ ମାଂସ ଖାଇବାର ବୁଦ୍ଧି ଆସିଥିଲା ।

cannibal murderer

ତେଣୁ ସେ ପ୍ରଥମେ ମଣିଷର ମାଂସକୁ ସିଝାଇ ଖାଇଥିଲା । କିନ୍ତୁ ଏହାର ସ୍ୱାଦ ତାକୁ ଭଲ ନ ଲାଗିବାରୁ ଦ୍ୱିତୀୟ ହତ୍ୟାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାଂସକୁ ସେ ଫ୍ରାଏ କରି ଖାଇଥିଲା । ତେବେ ଏଥର ମଣିଷ ମାଂସ ତାକୁ ସୁଆଦିଆ ଲାଗିଥିଲା ବୋଲି କହିଛି ଭ୍ଲାଦିମିର । ତେବେ ସବୁଠୁ ଆଶ୍ଚର୍ଯ୍ୟକର ଘଟରା ହେଉଛି ନିଜ ପିଲାଛୁଆମାନଙ୍କୁ ମଧ୍ୟ ସେ ଖାଇବାକୁ ଦେଇଥିବା ସ୍ୱୀକାର କରିଛି ।

ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟାଇଥିବା ଭ୍ଲାଦିମିର ନିକୋଲାୟେଭିଚ ନିକୋଲାୟେଭ ନାମକ ବ୍ୟକ୍ତିଙ୍କୁ ୧୯୯୭ ମସିହାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ତେବେ ୧୯୯୯ରେ ତାଙ୍କୁ ଏହି ଆଦେଶରୁ ମୁକ୍ତ କରାଯାଇଛି । ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରି ସେମାନଙ୍କ ମାଂସ ଖାଇଥିବା ଭ୍ଲାଦିମିର ନାଁରେ ଅଭିଯୋଗ ରହିଛି । ତେଣୁ ଏହି ବ୍ୟକ୍ତି ଜଣକକୁ ନରଭକ୍ଷୀ ନାଁରେ ମଧ୍ୟ ଜଣାଯାଏ । ତେବେ ମୃତ୍ୟୁ ଦଣ୍ଡାଦେଶ ଉଠାଇ ଦିଆଯାଇଥିଲେ ମଧ୍ୟ ଏବେ ବି ସେ ଜେଲରେ ଦିନ କାଟୁଛି ।