fbpx

ଏହି ତେଲ ଦ୍ୱାରା କମିଥାଏ ବ୍ୟାଡ୍ କୋଲେଷ୍ଟ୍ରଲ(Bad Cholestrol) : ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଓଡିଶା ଭାସ୍କର: ଲୋକମାନଙ୍କୁ ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଛି ଆଜିକାଲିର ଆଧୁନିକ ଜୀବନଶୈଳୀ । ସେଥିମଧ୍ୟରୁ ବ୍ୟାଡ୍ କୋଲେଷ୍ଟ୍ରଲ ଏପରି ଏକ ସମସ୍ୟା ଯାହା ଅନେକ ବଡ ବଡ ରୋଗର ମୂଳ କାରଣ ହୋଇଥାଏ । ଏପରି ସ୍ଥଳେ ଯଦି ଆପଣଙ୍କର ଏହି ସମସ୍ୟା ଅଛି ଏବଂ ଆପଣ ଏଥିରୁ ମୁକ୍ତି ପାଇବା ପଇଁ ଚାହୁଁଛନ୍ତି, ତେବେ ଆପଣ ଏହି ତେଲକୁ ବ୍ୟବହାର କରି ପାରିବେ ।

ଭାରତର ଅଧିକାଂଶ ଲୋକେ ହାଇ କୋଲେଷ୍ଟ୍ରଲ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ମେଦ ବହୁଳତା, ମଧୁମେୟ, ଉଚ୍ଚ ରକ୍ତଚାପ, ହୃଦଘାତ ଏବଂ କୋରନରୀ ଆର୍ଟରୀ ଡିଜିଜ୍ (Coronary Artery Disease) ସମେତ ଟ୍ରିପିଲ ଭେସେଲ ଡିଜିଜ୍ (Triple Vessel Disease) ଭଳି ରୋଗ ହେବାର ଆଶଙ୍କା ରହିଥାଏ । ଏହି କାରଣରୁ ଆମେ ନିୟମିତ ବ୍ୟାୟମକୁ କମ୍ କରିଥାଉ ଏବଂ ଅତ୍ୟଧିକ ତେଲିଆ ଖାଦ୍ୟ ଖାଇଥାଉ । ଯାହା ଦ୍ୱରା ବ୍ୟାଡ କୋଲେଷ୍ଟ୍ରର ହେବାର ବହୁମାତ୍ରାରେ ସମ୍ଭାବନା ରହିଥାଏ । ତେବେ ଏପରି ଏକ ତେଲ ରହିଛି ଯାହା ସାହାଯ୍ୟରେ ଆମେ ଶରୀରରୁ ଏହି ବ୍ୟାଡ କୋଲେଷ୍ଟ୍ରଲକୁ କମ କରିପାରିବା । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ଏହି ତେଲ ଏବଂ ଏହାକୁ ବ୍ୟବହାର କରିବାର ଉପାୟ ।

ଲେମ୍ବୁ ତେଲ ବା ଲେମନ୍ ଗ୍ରାସ ଅଏଲ୍ (Lemon Grass Oil): ସାଧାରଣତଃ ଲେମ୍ବୁ ତେଲକୁ ରୋଷେଇରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହା କେବଳ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିନଥାଏ, ବରଂ ଶରୀରକୁ ପ୍ରାକୃତିକ ଭାବରେ ସୁସ୍ଥ ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ । ଏହି ତେଲରେ ମୁଖ୍ୟତଃ ଟ୍ରେପେନାଇଡ୍ କମ୍ପାଉଣ୍ଡ ରହିଥାଏ । ଯାହା ବ୍ୟାଡ୍ କୋଲେଷ୍ଟ୍ରଲକୁ ନଷ୍ଟ କରିବାରେ ସହାୟକ ହୋଇଥାଏ ।

ଲେମ୍ବୁ ତେଲ ବା ଲେମନ୍ ଗ୍ରାସ ଅଏଲ୍ ବ୍ୟବହାର କରିବାର ଉପାୟ : ଲେମ୍ବୁ ତେଲକୁ ସାଧାରଣ ତେଲ ପରି ବ୍ୟବହାର କରାଯାଇ ନଥାଏ । ଏହାକୁ ଖାଦ୍ୟରେ ସ୍ୱାଦ ବା ଟେଷ୍ଟ ଭାବରେ ପ୍ରତିଦିନ ୨ରୁ ୩ ବୁନ୍ଦା ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.