fbpx

ପୃଥିବୀର ବାୟୁମଣ୍ଡଳକୁ ଫେରିଆସିଲା ଚନ୍ଦ୍ରଯାନ-୩ର ଏହି ଭାଗ: ଇସ୍ରୋ ପକ୍ଷରୁ ବଡ଼ ସୂଚନା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅନ୍ତରୀକ୍ଷ ଯାନକୁ ନିର୍ଦ୍ଦାରିତ କକ୍ଷରେ ସଫଳତାର ସହ ସ୍ଥାନିତ କରିଥିବା ଏନଭିଏମ୩ ଏମ ୪ ପ୍ରକ୍ଷେପଣ ଯାନର ‘କ୍ରାୟୋଜେନିକ୍’ ଉପର ଭାଗ ବୁଧବାର ଦିନ ପୃଥିବୀର ବାୟୁମଣ୍ଡଳରେ ଅନିୟନ୍ତ୍ରିତ ଭାବରେ ପ୍ରବେଶ କରିଛି ।

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଯଥା ଇସ୍ରୋ ଏହି ସୂଚନା ଦେଇଛି । ସେପ୍ଟେମ୍ବରରେ ସ୍ଲିପ୍ ମୋଡକୁ ଯାଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏପର୍ଯ୍ୟନ୍ତ ସକ୍ରିୟ ହୋଇନାହାଁନ୍ତି ।

ଇସ୍ରୋ ଏକ ବୟାନରେ କହିଛି ଯେ, ‘ଉତ୍ତର ପ୍ରଶାନ୍ତ ମହାସାଗରରେ ସମ୍ଭାବ୍ୟ ପ୍ରଭାବ ବିନ୍ଦୁ ଆକଳନ କରାଯାଇଛି । ଅନ୍ତିମ ‘ଗ୍ରାଉଣ୍ଡ ଟ୍ରାକ୍’ (ଏକ ଗ୍ରହ ପୃଷ୍ଠରେ ବିମାନ କିମ୍ବା ଉପଗ୍ରହର ଗତିପଥ ତଳେ ଥିବା ରାସ୍ତା) ଭାରତ ଦେଇ ଯାଇ ନଥିଲା । ‘ ଇସ୍ରୋ କହିଛି ଯେ ଏହି ‘ରକେଟ୍ ବଡି’ ଏଲଭିଏମ-୩ ଏମ୪ ଲଞ୍ଚ ଯାନର ଏକ ଅଂଶ ।

ଏହା ଆନ୍ତର୍ଜାତୀୟ ସମୟ ଅନୁସାରେ ରାତି ପ୍ରାୟ ୨:୪୨ ରେ ପୃଥିବୀର ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରିଥିଲା । ଇସ୍ରୋ କହିଛି ଯେ, ରକେଟ୍ ବଡିର ପୁନଃ ପ୍ରବେଶ ଏହାର ଲଞ୍ଚର ୧୨୪ ଦିନ ଭିତରେ ହୋଇଛି ।

Get real time updates directly on you device, subscribe now.