fbpx

WTC-2023 Finalରେ ଖେଳିବେନି ରାହୁଲ! ଟିମ ଇଣ୍ଡିଆର ଏହି ଖେଳାଳି କରିପାରନ୍ତି କମବ୍ୟାକ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହାପୂର୍ବରୁ ଭାରତକୁ ଲାଗିପାରେ ଏକ ଶକ୍ତ ଝଟକା । ଏହି ମ୍ୟାଚରେ ବାଦ୍ ପଡିପାରନ୍ତି ଦଳର ଷ୍ଟାର କ୍ରିକେଟର କେ.ଏଲ ରାହୁଲ । ବର୍ତ୍ତମାନ ସେ ଜଙ୍ଘରେ ଆଘାତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ସେ ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପୂର୍ବରୁ ସୁସ୍ଥ ହେବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ତେବେ ସେ ନ ଖେଳିଲେ ତାଙ୍କ ସ୍ଥାନରେ କାହାକୁ ସୁଯୋଗ ଦେବ ବିସିସିଆଇ?

ରାହୁଲ ବାଦ୍ ପଡିଲେ ଦଳରେ ୫ କିମ୍ବା ୬ ନମ୍ବରରେ ଜଣେ ଘାତକ ଖେଳାଳିଙ୍କୁ ସ୍ଥାନ ଦେବାକୁ ଚାହିଁବ ଟିମ ଇଣ୍ଡିଆ । ଇଂଲଣ୍ଡ ମଇଦାନରେ ଏକ ବଡ ପାଳି ଖେଳିମ୍ୟାଚକୁ ଜିତାଇବାର ସକ୍ଷମ ରଖୁଥିବା ଖେଳାଳିଙ୍କୁ ଖୋଜିପାରେ ବିସିସିଆଇ । ତେଣୁ ଏହି ସ୍ଥାନ ପାଇଁ ଦଳର ଷ୍ଟାର ଅଲରାଉଣ୍ଡର ହନୁମା ବିହାରୀଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ରାହୁଲଙ୍କ ସ୍ଥାନରେ ବିଶ୍ୱ ଟେଷ୍ଟ ଫାଇନାଲ ଖେଳିବା ପାଇଁ ସେ ପ୍ରବଳ ଦାବିଦାର ହୋଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ ହନୁମା ବିହାରୀ । ଭାରତ ପାଇଁ ୧୬ଟି ମ୍ୟାଚ ଖେଳିଥିବା ବେଳେ ସେ ଗୋଟିଏ ଶତକ ସହ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ହନୁମା ବିହାରୀ ଭାରତ ପାଇଁ ଅମୋଘ ଅସ୍ତ୍ର ହୋଇପାରନ୍ତି ।

Aus vs Ind - Test series - Hanuma Vihari is about the steel and the purpose and not numbers alone | ESPNcricinfo

ତେବେ ଦମଦାର ବ୍ୟାଟିଂ ସହ ବିହାରୀଙ୍କ ବୋଲିଂରେ ମଧ୍ୟ ନିଜ ଜଲୱା ଦେଖାଇପାରନ୍ତି । ପାର୍ଟ ଟାଇମ ବୋଲିଂରେ ସେ ଦଳକୁ ୱିକେଟ ଦେବାରେ ଅନେକ ଥର ସଫଳ ହୋଇପାରିଛନ୍ତି । ତେଣୁ ଏଭଳି ଏକ ମହାମୁକାବିଲାରେ ସେ ଭାରତ ପାଇଁ ଅଲରାଉଣ୍ଡରର ଭୂମିକା ତୁଲାଇପାରନ୍ତି । ତେବେ ବିସିସିଆଇ ରାହୁଲଙ୍କ ବିକଳ୍ପ ଭାବରେ ତାଙ୍କୁ ଦଳରେ ସୁଯୋଗ ଦେଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.