fbpx

ଧୋନୀଙ୍କ ସନ୍ନ୍ୟାସ ପରେ ଏହି ଖେଳାଳି ହେବେ CSKର ଅଧିନାୟକ! ମାହିଙ୍କୁ ମାନୁଛନ୍ତି ଗୁରୁ…

ନୂଆଦିଲ୍ଲୀ: ବିଶ୍ୱକପ ସରିବା ପରେ ବର୍ତ୍ତମାନ IPL-2024କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଆଇପିଏଲ-୨୦୨୪ରେ ପୁଣିଥରେ କ୍ୟାପଟେନ କୁଲ ମାହିଙ୍କ କମବ୍ୟାକ ହିଁ ସବୁାଂରୁ ଅପେକ୍ଷାର ବିଷୟ ରହିଛି । କାରଣ ୟେଲୋ ଜର୍ସିରେ ଧୋନୀଙ୍କ ଜଲୱା ଦେଖିବା ପାଇଁ ଚାହିଁ ରହିଛନ୍ତି କୋଟି କୋଟି ପ୍ରଶଂସକ । ତେବେ ଆସନ୍ତା ୨୦୨୪ ଆଇପିଏଲ ସିଜନ ମାହିଙ୍କ ପାଇଁ ଶେଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ତେଣୁ ଚେନ୍ନାଇର ଭବିଷ୍ୟତକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । ଧୋନୀଙ୍କ ପରେ କିଏ ହେବେ ଚେନ୍ନାଇର ପରବର୍ତ୍ତୀ ଅଧିନାୟକ?

୨୦୨୪ରେ ମାହିଙ୍କୁ ହିଁ ଚେନ୍ନାଇର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିବ । କିନ୍ତୁ ଏହି ସିଜନରେ ସେ ଅବସର ଘୋଷଣା କରିପାରନ୍ତି । ତେଣୁ ୨୦୨୫ ସିଜନ ପାଇଁ ଚେନ୍ନାଇ ନୂଆ ଅଧିନାୟକ ବାଛିବ । ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ରହିଥିଲେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । କିନ୍ତୁ ଗତବର୍ଷ ସେ ଏଥିରେ ନିରାଶ କରିବାରୁ ଋତୁରାଜ କିମ୍ବା ଅନ୍ୟ କେହି ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ୨୦୨୫ରେ ଜାଡେଜା କି ଋତୁରାଜ ନୁହେଁ, ବରଂ ମାହିଙ୍କ ବଡ଼ ଶିଷ୍ୟ ଦଳର ନେତୃତ୍ୱ ନେଇପାରନ୍ତି ବୋଲି କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଦୀପ ଦାସଗୁପ୍ତା । ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ପଦ ମିଳିପାରେ ବୋଲି କହିଛନ୍ତି ଦୀପ୍ ।

ସେ କହିଛନ୍ତି ଯେ, ଯଦି ଆଇପିଏଲ-୨୦୨୫ରେ ଚେନ୍ନାଇ ସହ ଋଷଭ ପନ୍ତ ଯୋଡ଼ି ହେଲେ, ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ । ଏମ.ଏସ ଦୋନୀ ଏବଂ ଋଷଭ ପନ୍ତ ପରସ୍ପର ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ତେବେ ଋଷଭ ଧୋନୀଙ୍କୁ ପସନ୍ଦ କରିଥାନ୍ତି ଏବଂ ତାଙ୍କୁ ଗୁରୁ ବୋଲି ମଧ୍ୟ ମାନୁଛନ୍ତି ପନ୍ତ । ତେଣୁ ୨୦୨୫ ମସିହାରେ ସିଏସକେ ସହ ଯୋଡ଼ି ହେବା ସହ ଋଷଭ ଦଳର ନେତୃତ୍ୱ ମଧ୍ୟ ନେଇପାରନ୍ତି ବୋଲି ଦୀପ୍ ଦାସଗୁପ୍ତା ବୟାନ ଦେଇଛନ୍ତି ।

Get real time updates directly on you device, subscribe now.