fbpx

ଏହି କାରଣରୁ ଝିଅମାନେ ପାର୍ଟନରଙ୍କୁ ଅଧାବାଟରୁ ଛାଡ଼ି ଚାଲି ଯାଆନ୍ତି

ପ୍ରେମ ଏକ ସୁନ୍ଦର ଅନୁଭବ । ଏହାକୁ ଶବ୍ଦରେ ବା ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ, କେବଳ ଅନୁଭବ କରିହେବ । କୁହାଯାଏ, ସମସ୍ତେ ଜୀବନରେ ଦିନେ ନା ଦିନେ ପ୍ରେମ କରନ୍ତି, କିନ୍ତୁ ସଚ୍ଚା ପ୍ରେମ ସମସ୍ତଙ୍କ ଭାଗ୍ୟରେ ଜୁଟିନଥାଏ । ସେହିମାନେ ସବୁଠାରୁ ଭାଗ୍ୟବାନ, ଯେଉଁମାନେ ପ୍ରେମ ପାହାଡ଼ର ପ୍ରକୃତ ଶିଖରକୁ ଛୁଇଁବାରେ ସକ୍ଷମ ହୋଇଥାନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ଝିଅମାନେ ରିଲେସନସିପରୁ ଅଧାରୁ ଚାଲି ଯାଆନ୍ତି । ଏହାର ଅନେକ କାରଣ ରହିଛି । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ବିଷୟରେ ।

– ଝିଅମାନେ ସାଧାରଣତଃ ନିଜର ପାର୍ଟନରଙ୍କ ଠାରୁ ବହୁତ କିଛି ଆଶା କରିଥାନ୍ତି । ସେହି ଆଶାଗୁଡ଼ିକ ପୂରଣ ନହେଲେ ସେମାନେ ବାଧ୍ୟହୋଇ ସମ୍ପର୍କରୁ ଦୂରେଇ ଯାଆନ୍ତି । ପାର୍ଟନର ତାଙ୍କୁ ଉପଯୁକ୍ତ ସମ୍ମାନ ନଦେଲେ ଝିଅମାନେ ରିଲେସନସିପରେ ବେଶୀଦିନ ରୁହନ୍ତି ନାହିଁ ।

– ବିବାହ ପୂର୍ବରୁ ହେଉ ବା ପରେ ପାର୍ଟନରଙ୍କଠାରୁ  ଉପଯୁକ୍ତ ସହାନୁଭୂତି, ଆଦର, ସମର୍ଥନ ନ ମିଳିଲେ ମହିଳାମାନେ ଗଭୀର ଅସନ୍ତୋଷ ହୋଇଥାନ୍ତି । ଦମ୍ପତ୍ତିଙ୍କ ପରସ୍ପର ମଧ୍ୟରେ ପୂର୍ଣ୍ଣ ବାର୍ତ୍ତାଳପର ଅଭାବ ଜଣକୁ ନିଃସଙ୍ଗ କରିଦେଇଥାଏ, ଯାହାକି ଭବିଷ୍ୟତରେ ଅସୁବିଧାର କାରଣ ସାଜିଥାଏ ।

– ଅଧିକାଂଶ କ୍ଷେତ୍ରରେ ବିବାହ ପୂର୍ବର ଭଲପାଇବା ବିବାହ ପରେ ରହିନଥାଏ । ପୁରୁଷମାନେ ଅଫିସ କାର୍ଯ୍ୟ ଛଡ଼ା ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ପ୍ରିୟତମାଙ୍କୁ ଉପଯୁକ୍ତ ସମୟ ଦେଇ ପାରିନଥାନ୍ତି । ଫଳରେ ମହିଳାମାନେ ବିବାହ ପରେ ନିଜକୁ ଏକୁଟିଆ ଅନୁଭବ କରିବା ସହ ସମ୍ପର୍କରୁ ଦୂରେଇ ଯିବାକୁ ଚାହିଁଥାନ୍ତି ।

Get real time updates directly on you device, subscribe now.