fbpx

ସରକାରୀ କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ସାଲାରୀ, ପ୍ରଥମଥର ପାଇଁ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ସରକାର କର୍ମଚାରୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଉଥିବା ବେଳେ ଏବେ ଆଡଭାନ୍ସ ସାଲାରୀ ଯୋଜନା ଖବର ସାମ୍ନାକୁ ଆସିଛି । ଏଥିରେ ରାଜସ୍ଥାନ ସରକାର ଅଶୋକ ଗେହଲଟ ସରକାରୀ କର୍ମଚାରୀଙ୍କ ପାଇଁ ଏହି ବଡ ଉପହାର ଆଣିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ରାଜସ୍ଥାନ ରାଜ୍ୟର କର୍ମଚାରୀ ନିଜ ବେତନ ଆଡଭାନ୍ସରେ ନେଇପାରିବେ । ଏହି ନୂତନ ବ୍ୟବସ୍ଥା ଜୁନ ୧ ଠାରୁ ଲାଗୁ କରାଯିବ ।

ସୂଚନା ଅନୁଯାୟୀ, ପୂର୍ବରୁ ବା ବର୍ତ୍ତମାନ କୌଣସି ରାଜ୍ୟରେ ଏପରି ଯୋଜନା ଲାଗୁ ହୋଇନାହିଁ । ସରକାରୀ କର୍ମଚାରୀ ହୁଅନ୍ତୁ ବା ବେସରକାରୀ କର୍ମଚାରୀ, କାମ କରିବାର ମାସକ ପରେ ଦରମା ନେବାର ବ୍ୟବସ୍ଥା ରହିଛି । ହେଲେ ରାଜସ୍ଥାନ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଲାଗୁ ହେବାକୁ ଯାଉଛି ଆଡଭାନ୍ସ ସାଲାରୀ । ଏଥିରେ ଯେକୌଣସି କର୍ମଚାରୀ ନିଜ ଦରମା ଟଙ୍କା ଆଡଭାନ୍ସ ନେଲେ ସେମାନଙ୍କୁ ସୁଧ ଦେବାକୁ ପଡିବ ନାହିଁ । ଏଥିରେ ଅର୍ଥ ସଂସ୍ଥା କେବଳ ଟ୍ରାଞ୍ଜାକ୍ସନ ଚାର୍ଜ ଆଦାୟ କରିବ ।

ଏହି ଆଡଭାନ୍ସ ସାଲାରୀ ନେବା ପାଇଁ କୌଣସି ସର୍ତ୍ତ ରଖାଯାଇନାହିଁ । କର୍ମଚାରୀଙ୍କୁ ଏହା ମଧ୍ୟ କହିବାକୁ ପଡିନ ନାହିଁ ଯେ, ସେ କାହିଁକି ଦରମାକୁ ଆଡଭାନ୍ସରେ ନେଉଛନ୍ତି । ଆଇଏଫଏମଏସ ପୋର୍ଟାଲରେ କର୍ମଚାରୀଙ୍କ ବେତନର ଆଡଭାନ୍ସ ପାଇଁ ଅନୁରୋଧ କରିବାକୁ ପଡିବ ।

Get real time updates directly on you device, subscribe now.