fbpx

ଖୁବଶୀଘ୍ର ସେନାରେ ସାମିଲ ହେବ ଏହି ସ୍ୱତନ୍ତ୍ର ସ୍ୱୟଂ ଚାଳିତ ଯାନ, ଜାଣନ୍ତୁ ଏହାର କାମ କ’ଣ ରହିଛି?

ଓଡିଶା ଭାସ୍କର; ସାମରିକ ସୁରକ୍ଷା ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଯାନ ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର ଏହା ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି । ତେବେ ଏହା ହେଉଛି ଏକ ସ୍ୱୟଂ ଚାଳିତ ଯାନ (ୟୁଜିଭି) ଯାହା ସୀମାବର୍ତ୍ତୀ ଇଲାକାରେ ନଜର ରଖିବ। ସ୍ୱତନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ସହିତ ସଜ୍ଜିତ ଏହି ମାନବ ବିହୀନ ଗ୍ରାଉଣ୍ଡ ଯାନ (ୟୁଜିଭି) ପ୍ରଥମ ଥର ପାଇଁ ଭାରତରେ ପ୍ରସ୍ତୁତ ହୋଇଛି । ୟୁରୋପର ଅନେକ ଦେଶରେ ଏହି ୟୁଜିଭି ବ୍ୟବହୃତ ହେଉଥିବା ବେଳେ ଏଣିକି ଭାରତରେ ବି ବ୍ୟବହୃତ ହେବ।

ୟୁଜିଭି ଯାନ କିପରି ପ୍ରସ୍ତୁତ ହୋଇଛି ଓ ଏହାର କାମ କ’ଣ ରହିଛି? 

ଏସବୁ ବିଷୟରେ ଆପଣ ଜାଣିବାକୁ ନିହାତି ଉତ୍ସାହିତ ରହିଥିବେ । ଏଠାରେ କହିରଖୁଛୁ ଯେ, କଲ୍ୟାଣୀ ଗ୍ରୁପ(କମ୍ପାନୀ) ଦ୍ୱାରା ସ୍ୱତନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ସହ ଏହି ଯାନକୁ ପ୍ରସ୍ତୁତ କରାଯାଇଛି । ଏହା ଏକ ମାନବ ବିହୀନ ଗ୍ରାଉଣ୍ଡ ଯାନ, ଯେଉଁଥିରେ କୌଣସି ମଣିଷ ରହିବେ ନାହିଁ ଓ ଏହା କେବଳ ଭୂମିରେ ହିଁ ଚାଲି ପାରିବ । ଯାହା ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେବ। ଏହି ଯାନରେ ସିସି କ୍ୟାମେରା ସବୁ ଖଞ୍ଜା ଯାଇଛି ଯାହା ଏକ ମିନି ସିସିଟିଭି କଣ୍ଟ୍ରୋଲ ରୁମ ବା ଅନୁସନ୍ଧାନକାରୀ ପରି କାମ କରିବ । ସେହିପରି ଏହି ସିସିଟିଭି ନିୟନ୍ତ୍ରିତ ଯାନ ମାଧ୍ୟମରେ ଯଦି ଆବଶ୍ୟକ ହୁଏ ତେବେ ପ୍ରାୟ ୩୫୦ କିଲୋଗ୍ରାମ ଗୋଳା ବାରୁଦ ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ରଖାଯାଇପାରିବ। ଏହି ୟୁଜିଭି ୭୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ରଖିବାରେ ଓ କେମିମାଲ ସ୍ପ୍ରେ କରିବାରେ ସକ୍ଷମ ରହିଛି ।

ସୂଚନା ଥାଉକି, ପାରାମିଲିଟାରୀ ଫୋର୍ସର ଅଧିକାରୀମାନେ କହିଛନ୍ତି, ଆଗାମୀ ଦିନରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ନକ୍ସଲ ପ୍ରଭାବିତ ରାଜ୍ୟରେ ପାରାମିଲିଟାରୀ ଫୋର୍ସ ଦ୍ୱାରା ଏହିପରି ଆଧୁନିକ ୟୁଜିଭି ଯାନ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ନକ୍ସଲ ପ୍ରଭାବିତ ଅଞ୍ଚଳରେ ସହଜରେ ପ୍ରବେଶ କରି ସେହି ଅଞ୍ଚଳର ଅନୁସନ୍ଧାନ କରିପାରିବ। ପ୍ରାୟ ୧୦ କିଲୋମିଟର ଦୂରରୁ କେଉଁଠାରେ କେତେ ନକ୍ସଲମାନେ ଲୁଚି ରହିଛନ୍ତି ତାହା ନଜର ରଖିହେବ ବୋଲି ସୂଚନା ରହିଛି।

 

Get real time updates directly on you device, subscribe now.