fbpx

ମନମୋହୁଛି ସୋଲାର ଫ୍ଲେୟାରରେ ଥିବା ସୂର୍ଯ୍ୟଙ୍କ ଏହି ଚମତ୍କାରୀ ଫଟୋ: ଆଗରୁ ଆପଣ ଦେଖିଛନ୍ତି କି….

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମଙ୍ଗଳ, ଶୁକ୍ର ଏବଂ ଚନ୍ଦ୍ର ଭଳି ସୂୂର୍ଯ୍ୟ ଉପରେ ହେବ ବଡ ଧରଣର ଗବେଷଣା । ଏନେଇ ଅଧିକ ଆଶା ବଢାଉଛି ଆଦିତ୍ୟ ଏଲ-୧ । ଚଳିତ ମାସ ଦୁଇ ତାରିଖରେ ଇସ୍ରୋ ତରଫରୁ ଲଞ୍ଚ ହୋଇଥିଲା ଆଦିତ୍ୟ ଏଲ-୧ । ଯାହା ତିନି ମାସରେ ୧୫ ଲକ୍ଷ କିଲୋମିଟର ଦୂରରେ ରହି ତାର ଗବେଷଣା କରିବ । ଏହା ଯେତିକି ଯେତିକି ସୂର୍ଯ୍ୟ ମୁହାଁ ହେଉଛି ସମସ୍ତଙ୍କ ମନରେ ସେତିକି ସେତିକି ଉତ୍କଣ୍ଠା ବଢାଇବାରେ ଲାଗିଛି । ଭାରତ ନୁହେଁ ବରଂ ସାରା ବିଶ୍ୱର ବୈଜ୍ଞାନିକ ମାନେ ସୂର୍ଯ୍ୟ ଉପରେ ଗବେଷଣା ବଢାଇ ଦେଇଛନ୍ତି ।

ହେଲେ ଏହାରି ଭିତରେ ନାସା ସୂୂର୍ଯ୍ୟର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଇନ୍‌ଷ୍ଟାଗ୍ରାମ୍ ପେଜରେ ନାସା ପୋଷ୍ଟ କରିବା ସହ ଲେଖିଛି “ଶନି, ଏହି ପ୍ରଖର ଫୁଲ ତୋଡା ପାଇଁ ଧନ୍ୟବାଦ । ଆମ ସୌର ମଣ୍ଡଳରେ ସବୁଠାରୁ ବଡ ହେଉଛି ସୂର୍ଯ୍ୟ । ଯିଏ ତାର ବିଶାଳକାୟ ଆକାର ଓ ଚୁମ୍ବକିୟ ଉପସ୍ଥିତି ପାଇଁ ଗ୍ରହ ଠାରୁ ଆରମ୍ଭ କରି ଛୋଟ ଧୂଳିକଣା ସମସ୍ତଙ୍କ ଉପରେ ତାର ପ୍ରଭାବ ପକାଇଥାଏ । ‘ ନାସା ସୂୂର୍ଯ୍ୟର ଏକ ଆକର୍ଷଣୀୟ ଜ୍ୱଳନ୍ତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛି । କ୍ୟାପସନରେ ଲେଖାଯାଇଛି, “ସୂର୍ଯ୍ୟଙ୍କ ବାୟୁମଣ୍ଡଳ ବା କରୋନା ହେଉଛି ଏକ ଗତିଶୀଳ ସ୍ଥାନ ଯେଉଁଠାରେ ସୌର ଫ୍ଲେୟାର ଏବଂ କୋରୋନାଲ ମାସ୍ ଇଜେକ୍ସନ (ସିଏମଇ) ଭଳି ବଡ଼ ବିସ୍ଫୋରଣ ଘଟିଥାଏ | ପୃଥିବୀ ନିକଟସ୍ଥ ସୌର ଗତିଶୀଳତା ପର୍ଯ୍ୟବେକ୍ଷଣାଗାର ସେପ୍ଟେମ୍ବର ୨୦୧୨ରେ ଏହି ସିଏମଇକୁ କବଜା କରିଥିଲା, ଯାହା ସେକେଣ୍ଡ ପ୍ରତି ୯୦୦ ମାଇଲ (ସେକେଣ୍ଡ ପ୍ରତି ୧,୪୪୮ କିଲୋମିଟର) ଅତିକ୍ରମ କରିଥିଲା, ଯାହା ଏକ ଅରୋରା ଦେଖାଦେଇଥିଲା । ଫଟୋକୁ ଦେଖିଲେ କମଳା ଏବଂ ହଳଦିଆ ରଙ୍ଗରେ ସୌର କାର୍ଯ୍ୟକଳାପ ଓ ଏହାର ଗତିବିଧି ଉପରେ ଜାଣିହୁଏ ।

“କୋରୋନାଲ ମାସ୍ ଇଜେକ୍ସନ ବା ସିଏମଇ ହେଉଛି ସୌର ପ୍ଲାଜମାର ବିଶାଳ ମେଘ ଏବଂ ସୌର ବିସ୍ଫୋରଣ ପରେ ମହାକାଶକୁ ନିର୍ଗତ ଚୁମ୍ବକୀୟ କ୍ଷେତ୍ର । ସିଏମଇଗୁଡିକ ମହାକାଶରେ ବିସ୍ତାରିତ ହୁଏ, ପ୍ରାୟତଃ ଲକ୍ଷ ଲକ୍ଷ ମାଇଲ ଅତିକ୍ରମ କରିଥାଏ ଏବଂ ଗ୍ରହ ଚୁମ୍ବକୀୟ କ୍ଷେତ୍ର ସହିତ ଧକ୍କା ହୋଇପାରେ । ପୃଥିବୀକୁ ନିର୍ଦେଶିତ ହେଲେ, ସିଏମଇ ଭୂ-ଚୁମ୍ବକୀୟ ବିଶୃଙ୍ଖଳା ସୃଷ୍ଟି କରିପାରେ ଯାହା ପୃଥିବୀରେ ଉଜ୍ଜ୍ୱଳ ଅରୋରା, ସର୍ଟ-ସର୍କିଟ୍ ଉପଗ୍ରହ ଏବଂ ପାୱାର ଗ୍ରିଡ୍ କୁ ଜାଗ୍ରତ କରିଥାଏ କିମ୍ବା କକ୍ଷପଥରେ ଥିବା ମହାକାଶଚାରୀମାନଙ୍କୁ ବିପଦରେ ପକାଇଥାଏ। ସରଳ ଭାଷାରେ କହିବାକୁ ଗଲେ ସୂର୍ଯ୍ୟ ପୃଷ୍ଠରେ ହଠାତ୍ ଦେଖାଯାଉଥିବା ଆଲୋକର ଚମକ ସୃଷ୍ଟି କରିଥାଏ ସୌର ଫ୍ଲେୟାର । ଏହା ସାଧାରଣତଃ କିଛି ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।

ନାସାର କହିବା କଥା ସୂୂର୍ଯ୍ୟର ଗତିଶୀଳ ଉପର ବାୟୁମଣ୍ଡଳକୁ କରୋନା କୁହାଯାଏ । ଏଠାରେ ପ୍ଲାଜ୍ମା ଭରି ରହିଛି, ଯାହାର ଗତି ସୂର୍ଯ୍ୟର ଆଖପାଖରେ ଥିବା ଚୁମ୍ବକିୟ କ୍ଷତ୍ରେରେ ନିୟନ୍ତ୍ରିତ ହୋଇଥାଏ । କରୋନା ସୌରପବନ ସହ ସୌର ପ୍ଲେୟର୍ସ ଏବଂ କୋରେନଲ ସହ ଏକ ସ୍ରୋତ ଥାଏ । “କୋରୋନାଲ ମାସ୍ ଇଜେକ୍ସନ ବା ସିଏମଇ ହେଉଛି ସୌର ପ୍ଲାଜମାର ବିଶାଳ ମେଘ ଏବଂ ସୌର ବିସ୍ଫୋରଣ ପରେ ମହାକାଶକୁ ନିର୍ଗତ ଚୁମ୍ବକୀୟ କ୍ଷେତ୍ର । ସିଏମଇଗୁଡିକ ମହାକାଶରେ ବିସ୍ତାରିତ ହୁଏ, ପ୍ରାୟତଃ ଲକ୍ଷ ଲକ୍ଷ ମାଇଲ ଅତିକ୍ରମ କରିଥାଏ ଏବଂ ଗ୍ରହ ଚୁମ୍ବକୀୟ କ୍ଷେତ୍ର ସହିତ ଧକ୍କା ହୋଇପାରେ । ପୃଥିବୀକୁ ନିର୍ଦେଶିତ ହେଲେ, ସିଏମଇ ଭୂ-ଚୁମ୍ବକୀୟ ବିଶୃଙ୍ଖଳା ସୃଷ୍ଟି କରିପାରେ ଯାହା ପୃଥିବୀରେ ଉଜ୍ଜ୍ୱଳ ଅରୋରା, ସର୍ଟ-ସର୍କିଟ୍ ଉପଗ୍ରହ ଏବଂ ପାୱାର ଗ୍ରିଡ୍ କୁ ଜାଗ୍ରତ କରିଥାଏ କିମ୍ବା କକ୍ଷପଥରେ ଥିବା ମହାକାଶଚାରୀମାନଙ୍କୁ ବିପଦରେ ପକାଇଥାଏ।

Get real time updates directly on you device, subscribe now.