fbpx

ମରଣଠୁ ଦୂରେଇ ରଖେ ଏହି Super Food! ସହଜ ନୁହେଁ ଖାଇବା…. ଜାଣନ୍ତୁ ଏହି ଖାଦ୍ୟ ବିଷୟରେ

Advertisement

ନୂଆଦିଲ୍ଲୀ: ଜାପାନର ଲୋକମାନେ ଖୁବ ଦୀର୍ଘାୟୁ ହୋଇଥାନ୍ତି । ତେବେ ଅଧିକ ଯୋଗ କରିବା ସହ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ସେମାନଙ୍କ ଦୀର୍ଘାୟୁର ମୁଖ୍ୟ ଆଧାର ହୋଇଥାଏ । ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ରହିବା ଆବଶ୍ୟକ ହୋଇଥାଏ । ତେବେ ଜାପାନର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ ଏକ ବିଶେଷ ଖାଦ୍ୟ ଖାଇଥାନ୍ତି । ଏହି ଖାଦ୍ୟ ସେମାନଙ୍କୁ ମୃତ୍ୟୁରୁ ଅନେକ ଦୂରରେ ରଖିଥାଏ । ତେଣୁ ଜାପାନରେ ଏହାକୁ ସୁପରଫୁଡ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ ।

ଜାପାନରେ ଲୋକମାନଙ୍କ ମୃତ୍ୟୁର ବୟସ ଖୁବ ଅଧିକ ହୋଇଥାଏ । ଆଜି ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଫୁସା ତାସୁମୀ ୧୧୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ସେ ମଧ୍ୟ ଜାପାନର ବାସିନ୍ଦା । ତେବେ ଜାପାନର ଏକ ଖାଦ୍ୟ (ସୁପରଫୁଡ) ହିଁ ସେମାନଙ୍କୁ ମୃତ୍ୟୁ ପାଖରୁ ଅନେକ ଦୂରରେ ରଖିଥାଏ । ଏହି ଖାଦ୍ୟକୁ ସେଠାରେ ‘ନଟ୍ଟୋ’ ବୋଲି କୁହାଯାଉଥିବା ବେଳେ ସେଠାକାର ଲୋକମାନଙ୍କ ପାଇଁ ଏହି ଖାଦ୍ୟ ଖୁବ ଲୋକପ୍ରିୟ ହୋଇଥାଏ । ଏଥିରୁ ଆମୋନିଆ ଭଳି ଦୁର୍ଗନ୍ଧ ବାହାରୁଥିବା ବେଳେ ଏହା ବଲଗମ୍ ଭଳି ଅଠାଳିଆ ହୋଇଥାଏ । ଏହାକୁ ପୂର୍ବରୁ କେବେ ଖାଇ ନଥିବା ସାଧାରଣ ଲୋକଙ୍କ ପାଇଁ ଏହା ଖାଇବା ଏତେ ସହଜ ନୁହେଁ । କିନ୍ତୁ ଜାପାନରେ ଲୋକମାନେ ଏହାକୁ ଗୁଷ୍ଟୋ ସହିତ ଖାଇଥାନ୍ତି ।

ଜାପାନରେ ନିଫ୍ଟି ନାମକ ଏକ କମ୍ପାନୀ ଦ୍ୱାରା ୨୦୧୭ରେ ହୋଇଥିବା ସର୍ଭେ ଅନୁସାରେ, ଦେଶର ୬୨ ପ୍ରତିଶତରୁ ଅଧିକ ଲୋକ ଏହି ନଟ୍ଟୋ ଖାଉଥିବା ବେଳେ ୧୩ ପ୍ରତିଶତ ଲୋକଙ୍କୁ ଏହା ପସନ୍ଦ ହୋଇ ନଥାଏ । ନଟ୍ଟୋ ଖାଇବା ଦ୍ୱାରା ଶରୀରରେ ରକ୍ତପ୍ରବାହ ଭଲ ଭାବରେ ହେବା ସହ ରକ୍ତକୁ ସିଲକି ରଖିବାରେ ସାହାଯ୍ୟ କରେ । ଏହାଦ୍ୱାରା ହୃଦଘାତ ଆଶଙ୍କା ମଧ୍ୟ କମ୍ ହୋଇଥାଏ । ବୈଜ୍ଞାନିକଙ୍କ କହିବା ଅନୁସାରେ, ପ୍ରତିଦିନ ଜଣେ ବ୍ୟକ୍ତି ୧ ପ୍ୟାକେଟ ନଟ୍ଟୋ ଖାଇବା ଦ୍ୱାରା ଦୀର୍ଘାୟୁ ହୋଇଥାଏ । ସେଥିପାଇଁ ଜାପାନ ଦୁନିଆର ଲାଇଫ ଏକ୍ସପେଟେନ୍ସି ତାଲିକାରେ ଜାପାନ ତୃତୀୟ ନମ୍ବରରେ ରହିଛି ।

ରିପୋର୍ଟ ଅନୁଯାୟୀ, ଯଦି କେହି ନଟ୍ଟୋ ଭଳି ସୋୟାବିନରୁ ପ୍ରସ୍ତୁତ ଖାଦ୍ୟ ଖାଏ, ତେବେ ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯାଏ। ଏଥିରେ ପ୍ରୋଟିନ୍, ଆଇରନ୍ ଏବଂ ଫାଇବରରେ ଭରପୂର ହୋଇ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖେ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ । ତେବେ ୪୦ ରୁ ୫୦ ଗ୍ରାମ ନଟ୍ଟୋ ଖାଇବା ଦ୍ୱାରା ଭିଟାମିନ୍ ଅଭାବ ଦୂର ହୋଇଥାଏ ।

Get real time updates directly on you device, subscribe now.