ଏହି ସଂକେତ କହିଥାଏ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ମିଳୁନାହିଁ, କରନ୍ତୁ ନାହିଁ ଅବହେଳା

ପ୍ରୋଟିନ କେବଳ ଆମ ମାଂସପେଶୀକୁ ମଜବୁତ ବନାଏନାହିଁ , ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ । ପ୍ରୋଟିନ ଆଣ୍ଟିବଡିଜ୍ ବନାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଇନଫେକ୍ସନ ଏବଂ ରୋଗରୁ ଲଢିବା ପାଇଁ କାମ କରିଥାଏ । ତେବେ ଶରୀରେ ଅନେକ ଲକ୍ଷଣ ଅଛି ଯାହା ସୂଚୀତ କରିଥାଏ ଯେ, ଶରୀରରେ ପ୍ରୋଟିନ କମ ରହିଛି । ଯାହାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ ।

ପ୍ରୋଟିନ ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ ଯାହା ଏସିଡ୍ ସହ ମିଶି ବନିଥାଏ । ଶରୀରକୁ ସୁଚାରୁ ରୂପରେ ଚଳାଇବା ପାଇଁ ବହୁ ପରିମାଣର ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ପ୍ରୋଟିନ ତା ମଧ୍ୟରୁ ଅନ୍ୟତମ ଅଟେ । କୁହାଯାଏ ଯେ, ଏକ ବୟଷ୍କ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀର ପାଇଁ ୮ଗ୍ରାମ ପ୍ରୋଟିନ ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ କେଉଁ ଲକ୍ଷଣରୁ ଦେଖାଯାଏ ।

-ପ୍ରୋଟିନ ଅଭାବ ହେଲେ ଦୁର୍ବଳ, ଥକାପଣ ଏବଂ ମାଂଶପେଶୀ କଷ୍ଟର ସାମ୍ନା କରିବାକୁ ପଡିଥାଏ । ଏହା ଏଥିପାଇଁ କାରଣ ଯେତେବେଳେ ଶରୀରରେ ପ୍ରୋଟିନର ମାତ୍ରା କମ ହୋଇଥାଏ ସେତେବେଳେ ଶରୀରରେ କଙ୍କାଳର ମାଂସପେଶୀର ଆବଶ୍ୟକ ପୁରା କରିଥାଏ । ସମୟ ସହିତ ଏଥିରେ ମାଂସପେଶୀର କ୍ଷତି ପହଁଚାଇବା ଆରମ୍ଭ ହୋଇଥାଏ । ଯେଉଁଥିପାଇଁ ଧିରେଧିରେ ଶରୀରର ଶକ୍ତି କମ ହେବାରେ ଲାଗିଥାଏ ଏବଂ ମେଟାବଲିଜିମ ମଧ୍ୟ ସ୍ଲୋ ହୋଇଯାଏ । ସେଥିପାଇଁ ଦୁର୍ବଳ ଏବଂ ଥକାପଣର ସାମ୍ନା କରିବାକୁ ପଡିଥାଏ ।

-ଶରୀରେ କୌଣସି ଦୁର୍ଘଟଣା ଜନିତ ଖଣ୍ଡିଆ ହୋଇଥିଲେ ପ୍ରୋଟିନ ଅଭାବ ଥିଲେ ତାହା ଶୀଘ୍ର ଶୁଖିନଥାଏ । ଏହାର ଅଭାବ କାରଣରୁ ନୂତନ କୋଷିକା ବନିବା ପାଇଁ ସମୟ ଲାଗିଥାଏ ।

-ଯଦି ଆପଣଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ହେଉଛି ବା ଅନ୍ୟାନ୍ୟ ସମୟରେ ଖାଦ୍ୟ ଖାଇବା ପାଇଁ ଭୋକ ହେଉଛି ତେବେ ଏହା ଶରୀରରେ ପ୍ରୋଟିନ କମର ଏକ ସଂକେତ ଦେଇଥାଏ । ପ୍ରୋଟିନ ଏପରି ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯାହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକରୁ ରକ୍ଷା କରିଥାଏ ।

-ଶରୀରରେ ପ୍ରୋଟିନ କମ କାରଣରୁ ସମୟ-ସମୟରେ ରୋଗ ମଧ୍ୟ ହୋଇଥାଏ । ରୋଗପ୍ରତିରୋଧକ ସିଷ୍ଟମ ପାଇଁ ପ୍ରୋଟିନ ବହୁ ପରିମାଣରେ ଆବଶ୍ୟକ ବୋଲି ଧରାଯାଏ । ଏହା ଆପଣଙ୍କୁ ଭାଇରସ ଏବଂ ବ୍ୟାକ୍ଟେରିଆ ଠାରୁ ଦୂର ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଇମ୍ୟୁନ୍ସ ସେଲ୍ସ ନିଜର ଏସିଡ୍ ସହ ମିଶି ତିଆରି ହୋଇଥାଏ । ଏହି ପ୍ରୋଟିନର ସେବନ ଠିକ ପରିମାଣରେ କରିଲେ ଆପଣଙ୍କ ଶରୀର ଭାଇରସ ଏବଂ ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବ ।

-ଶରୀରରେ ପ୍ରୋଟିନ ଅଭାବ କାରଣରୁ ନଖ, ଚର୍ମ ଏବଂ ଛୁଟି ଉପରେ ପଡିଥାଏ । ପ୍ରୋଟିନ ଅଭାବ ହେବା ଦ୍ୱାରା ଦୁର୍ବଳ ନଖ, ଡ୍ରାଏ ସ୍କିନ ଏବଂ ପତଳା କେଶ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।