fbpx

(Video) ଆ ଜହ୍ନରେ ଲେଖିବା ନାଁ… ଏଥର ଜହ୍ନରେ ଗଡିବ ଟ୍ରେନ୍ ! ନାସା ତିଆରି କରିବ ରେଲୱେ ଷ୍ଟେସନ…

Advertisement

ଓଡ଼ିଶା ଭାସ୍କର: ଏବେ ଦୁନିଆର ପ୍ରମୁଖ ଦେଶର ସ୍ପେସ୍ ଏଜେନ୍ସି ଚନ୍ଦ୍ର ପୃଷ୍ଠକୁ ଯାଉଛନ୍ତି । ଚୀନ୍ ଶୁକ୍ରବାର ଜହ୍ନକୁ ନେଇ ଆଉ ଏକ ମିଶନ୍ ଆରମ୍ଭ କରିଛି । ସେହିପରି ନାସା ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବାକୁ ଏବଂ ସେଠାରେ ବସତି ସ୍ଥାପନ କରିବାକୁ ଚାହୁଁଛି । ତେବେ ଅନ୍ୟ ଦେଶର ସ୍ପେସ୍ ଏଜେନ୍ସି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାକୁ ସ୍ୱପ୍ନ ଦେଖୁଥିବାବେଳେ ଆମେରିକା ଆଉ ଏକ ପାଦ ଆଗକୁ ଯାଇଛି । ଚନ୍ଦ୍ରପୃଷ୍ଠରେ ନାସା ଏକ ରେଲୱ ଟ୍ରାକ୍ ନିର୍ମାଣ କରିବାକୁ ଚାହୁଁଛି ଯାହା ଦ୍ୱାରା ମଣିଷ ଚନ୍ଦ୍ରପୃଷ୍ଠରେ ଅଧିକ ଦୂରତା ଯାତ୍ରା କରିପାରିବ । ଯଦି ଏଥିରେ ସଫଳ ହୁଏ ତେବେ ନାସାକୁ ଆଉ ଏକ ବଡ଼ ଉପଲବ୍ଧି ମିଳିପାରିବ ।

ଗତ କିଛି ବର୍ଷ ମଧ୍ୟରେ ଚନ୍ଦ୍ରରେ ଅସମ୍ଭବ ପ୍ରକାର ପ୍ରୋଜେକ୍ଟ ସଫଳ ହୋଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ ୩ର ଅବତରଣ କରାଇ ଏହାର ସବୁଠାରୁ ବଡ ଉଦାହରଣ ଉପସ୍ଥାପନ କରିଛି । ଗତ କିଛି ବର୍ଷ ହେବ ଚନ୍ଦ୍ରରେ ବିଭିନ୍ନ ଦେଶର କାର୍ଯ୍ୟକ୍ରମ ବୃଦ୍ଧି ପାଇଛି । ଏବେ ଆମେରିକାର ମହାକାଶ ସଂସ୍ଥା ନାସା ଚନ୍ଦ୍ରରେ ଏକ ଅସମ୍ଭବ ମିଶନ ପୁରା କରିବାରେ ଲାଗିଛି । ଯଦି ଏହି ମିଶନରେ ନାସା ସଫଳ ହେଲା ତେବେ ଚନ୍ଦ୍ର ପୃଷ୍ଠରେ ମାନବର ବିଚରଣ ସମ୍ଭବ ହୋଇପାରିବ । ନାସା ଚନ୍ଦ୍ରପୃଷ୍ଠରେ ରେଳ ଲାଇନ୍ ବିଛାଇବା କାମ ଆରମ୍ଭ କରିଛି । ନାସାର ଏହି ଚନ୍ଦ୍ରମା ମିଶନ ଏକ୍ସପ୍ରେସ୍ ଏବେ କେତେ ଦୂରରେ ପହଞ୍ଚିଛି ଆସନ୍ତୁ ଜାଣିବା ।

ନାସା ଚନ୍ଦ୍ରରେ ଟ୍ରେନ୍ ଚଳାଚଳକୁ ସମ୍ଭବ କରିବା ଦିଗରେ କାମ ଆରମ୍ଭ କରିଛି । ତେବେ ନାସାର ଏହି ପ୍ରୋଜେକ୍ଟ କୌଣସି ସାଇନ୍ସ ଫିକ୍ସନ ଫିଲ୍ମ ପରି ମନେ ହେଉଛି । କିନ୍ତୁ ନାସା ଦୃଢତାର ସହ କହିଛି କି ଆଗାମୀ କେଇ ଦଶକ ଭିତରେ ସେ ଏହା ସମ୍ଭବ କରି ଦେଖାଇବ । ଏବେ ନାସା ଟିମ୍ ଚନ୍ଦ୍ରପୃଷ୍ଠରେ ରେଳଲାଇନ୍ ବିଛାଇବା ଲାଗି ଫଣ୍ଡ ଯୋଗାଡ କରୁଛି । ନାସାର ବୈଜ୍ଞାନିକ ଜନ୍ ନେଲସନ୍ ଏହାକୁ ବିଜ୍ଞାନର ଚମତ୍କାର ବୋଲି କହିଛନ୍ତି । ସେ କହିଛନ୍ତି ଏହି ମିଶନ ସଫଳ ହେବାର କୌଣସି ଗ୍ୟାରେଣ୍ଟି ନ ଥିଲେ ବି ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ରେଳ ପରିଯୋଜନା କୌଣସି ଏକ ଦିନ ଏରୋସ୍ପେସ୍ ମିଶନର ଏକ ଅଂଶ ପାଲଟିଯିବ । ଏହି ପ୍ରୋଜେକ୍ଟରେ ଚନ୍ଦ୍ରରେ ରେଳ ଲାଇନ୍ ବିଛାଇବା ସହ ମଙ୍ଗଳ ଗ୍ରହକୁ ମାନବ ଓ ମାଲ୍ ପରିବହନ ଲାଗି ଅତ୍ୟାଧୁନିକ ପ୍ରଣାଳୀ ବିକଶିତ କରାଯିବ ।

ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଥିବା ଟ୍ରେନ୍ ପୃଥିବୀ ପୃଷ୍ଠରେ ଚାଲୁଥିବା ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍ ପ୍ରସ୍ତୁତ ହେବ । ନାସା ଏହାକୁ ‘FLOAT’ ଅର୍ଥାତ୍ ‘Flexible Levitation on a Track’ ନାମ ଦେଇଛି । ଏହା ଏକ ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପରି ଆପଣଙ୍କୁ ଲାଗୁଥାଇ ପାରେ କିନ୍ତୁ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ବାସ୍ତବ ରୂପ ନେଇପାରେ । ନାସାର ଏକ ବ୍ଲଗ୍ ପୋଷ୍ଟରେ ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ରୋବୋଟିକ୍ସ ଇଞ୍ଜିନିୟର ଏଥେଲ ସ୍କେଲର ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.