ଓଡିଶା ଭାସ୍କର; ସରକାରଙ୍କ ତରଫରୁ ୧୦ କୋଟି ଟଙ୍କା ସବସିଡି ଗ୍ରହଣ କରାଯାଇଥିବା ଅଭିଯୋଗକୁ ଅସ୍ୱୀକାର କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ କହିଛନ୍ତି ଯେ ସେ କଂଗ୍ରେସ ଲୋକସଭା ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ମାନହାନି ମାମଲା କରିବେ। ଲୋକସଭାରେ କାଳିଆବର ନିର୍ବାଚନମଣ୍ଡଳୀ ଆସନକୁ ପ୍ରତିନିଧିତ୍ୱ କରୁଥିବା ଗୋଗୋଇ ଅଭିଯୋଗ କରିଛନ୍ତି ଯେ ଆସାମ ସିଏମଙ୍କ ପତ୍ନୀ ରିଙ୍କି ଭୁଇଆଁ ଶର୍ମା ତାଙ୍କ ସଂସ୍ଥା ପାଇଁ ପ୍ରଧାନମନ୍ତ୍ରୀ କିସନ ସାମପଡା ଯୋଜନା ଅଧୀନରେ ୧୦ କୋଟି ଟଙ୍କା ସବସିଡି ପାଇଛନ୍ତି। ତେବେ ଏହି ବିବାଦକୁ ନେଇ ସେ ମାନହାନି ମାମଲା କରିବେ ବୋଲି ଜଣାପଡିଛି ।
ଆସାମ ସିଏମଙ୍କ ପତ୍ନୀ ରିନିକି ଭୁଇଆଁ ଶର୍ମା ଗୁରୁବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ କମ୍ପାନୀ ପ୍ରାଇଡ ଇଷ୍ଟ ଏଣ୍ଟରଟେନମେଣ୍ଟସ ପିଭି ଲିମିଟେଡ ସମସ୍ତ ନିୟମ ମାନିଛି ଏବଂ କେନ୍ଦ୍ରରୁ କୌଣସି ଟଙ୍କା ମଧ୍ୟ ପାଇନାହିଁ। ପୂର୍ବରୁ ଏକ୍ସରେ ଦେଇଥିବା ବିବୃତ୍ତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କହିଥିଲେ ଯେ ତାଙ୍କ ସଂସ୍ଥା ନିୟମ ପାଳନ କରୁଛି ଏବଂ ସମସ୍ତ ଆର୍ଥିକ ରେକର୍ଡ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ହୋଇଛି।
ଅନ୍ୟପଟେ କଂଗ୍ରେସ ଦାବି କରୁଛି ଯେ, ଶର୍ମା ପତ୍ନୀଙ୍କ ସହ ଜଡିତ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ସବସିଡି ହିସାବରେ ୧୦ କୋଟି ଟଙ୍କା ମିଳିଛି। ତେବେ ଭାଜପା ନେତା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାକୁ ନେଇ ଶର୍ମା ଏବଂ କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି।