fbpx

ମଧ୍ୟାହ୍ନ ଭୋଜନର ଚାଉଳ ବିକ୍ରି; ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ

କାଲିମେଲା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ବଡ଼ଠାରୁ ଆରମ୍ଭ କରି ଛୋଟ ଅଧିକାରୀମାନେ ଲୁଟିବାରେ ଲାଗିଛନ୍ତି । ଏପରି ଏକ ଦୁର୍ନୀତି କାଲିମେଲା ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି । ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କାଲିମେଳା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ପ୍ରଧାନଶିକ୍ଷକ ରମାକାନ୍ତ ବେହେରାଙ୍କ ସମେତ ରୋଷେୟା ସୁରେନ୍ଦ୍ର ମାଢ଼ି ଓ ହରି ବଡ଼ନାୟକ ଗିରଫ ହୋଇଛନ୍ତି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ ।

Get real time updates directly on you device, subscribe now.