ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ପରିବାରର ୩ ମୃତଦେହ ଉଦ୍ଧାର କରାଯାଇଛି । ୧୫ ମାସର ଶିଶୁ ସହ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ତେବେ ମୃତ ଦମ୍ପତ୍ତି ମହାରାଷ୍ଟ୍ରର ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧାର ମୃତ୍ୟୁର କାରଣ ଜଣାପଡିଛି । ୧୫ ମାସର ଶିଶୁକନ୍ୟାକୁ ହତ୍ୟା ପରେ ବାପା-ମା ଆତ୍ମହତ୍ୟା କରିଥିବା କୁହାଯାଉଛି ।
ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ । ଅନ୍ୟପଟେ ସମ୍ପତ୍ତି ବିବାଦକୁ ନେଇ ସେମାନେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।