fbpx

ରେଲୱ ଟ୍ରାକରେ ବନାଉଥିଲେ ରିଲ; ଟ୍ରେନ ମାଡ଼ିଯାଇ ଚାଲିଗଲା ତିନି ଜୀବନ

ନୂଆଦିଲ୍ଲୀ: ରିଲ ବନାଇବା ପାଇଁ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାର ଉତ୍ସାହ ଦେଖିବାକୁ ମିଳୁଛି । ରିଲ ଭଲ ହେଲେ ଅଧିକ ଲାଇକ ମିଳିବ ତେଣୁ ରିଲ କରୁଥିବା ଯୁବପିଢ଼ି ଭିନ୍ନ ଭିନ୍ନ ସ୍ଥାନରେ ରିଲ ବନେଇଥାନ୍ତି । ତେବେ ଏହି ରିଲ କଲାବେଳେ କିଛି ଯୁବପିଢ଼ି ଦୁର୍ଘଟଣାର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳେ । ଏହି ରିଲ ବନାଇବା ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଗାଜିଆବାଦର ମୁସୁରୀ ପୋଲିସ ଥାନା ଅଞ୍ଚଳର କାଲୁ ଗଡ଼ୀ ରେଳ ଫାଟକ ନିକଟରେ ଘଟିଯାଇଛି । ତେବେ ଏଠାରେ ଥିବା ରେଲୱେ ଟ୍ରାକରେ ଠିଆ ହୋଇଥିବା ବେଳେ ଜଣେ ଯୁବତୀ ଏବଂ ଦୁଇଜଣ ଯୁବକଙ୍କ ଟ୍ରେନ୍ ଧକ୍କାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ପୋଲିସ ଏହି ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ।

ଷ୍ଟେସନ ମାଷ୍ଟରଙ୍କଠାରୁ ସୂଚନା ମିଳିଛି ଯେ କାଲୁ ଗଡ଼ୀ ରେଳ ଟ୍ରାକରେ ଜଣେ ଯୁବତୀ ଏବଂ ଦୁଇ ଜଣ ଯୁବକ ଏକ ରିଲ ତିଆରି କରୁଥିଲେ । ଠିକ ଏତିକି ବେଳେ ହାଇ ସ୍ପିଡ୍ ପଦ୍ମାବତ ଏକ୍ସପ୍ରେସର ଟ୍ରେନ୍ ଧକ୍କା ହେବା ପରେ ତିନିଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା । ତେଣୁ ବ୍ରବଚ୍ଛେଦ ପାଇଁ ଏହି ତିନିଜଣଙ୍କ ମୃତଦେହ ପଠାଯାଇଛି ଏବଂ ଏହି ତିନିଜଣଙ୍କୁ ଚିହ୍ନିବା ପାଇଁ ଉଦ୍ୟମ ଚାଲିଛି । ଯୁବତୀଙ୍କ ବୟସ ପ୍ରାୟ ୨୨ ରୁ ୨୫ ବର୍ଷ ହୋଇଥିବା ବେଳେ ଉଭୟ ଯୁବକଙ୍କ ବୟସ ୩୦ ରୁ ୩୫ ବର୍ଷ ଭିତରେ ହୋଇଥିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.