fbpx

ଗୋଟିଏ ବରକୁ ଏକାସାଙ୍ଗରେ ବାହାହେଲେ ୩ ଭଉଣୀ; ରଖିଲେ ଏପରି ଅଜବ ସର୍ତ୍ତ

କିନ୍ସାସା: ଆଜିକାଲି ଯୁଗରେ ଗୋଟିଏ ପତ୍ନୀ ସମ୍ଭାଳିବା ଅସମ୍ଭବ ହୋଇପଡୁଛି, ଏଭଳି ପରିସ୍ଥିତିରେ ଜଣେ ଯୁବକ ଏକାସାଙ୍ଗରେ ୩-୩ ଜଣଙ୍କୁ ବାହା ହୋଇଛନ୍ତି । ଏପରିି ଏକ ଆଶ୍ଚର୍ଯ୍ୟକର ଘଟଣା ଆଫ୍ରିକା ଦେଶ କଙ୍ଗୋରୁ ସାମ୍ନାକୁ ଆସିଛି । ସୂଚନା ମୁତାବକ, ସେଠାରେ ୩ ଭଉଣୀ ଗୋଟିଏ ବର ସହିତ ବାହାହୋଇଛନ୍ତି । ଜଣେ ଯୁବକଙ୍କୁ ଭଲ ପାଇବସିଥିଲେ ୩ ଭଉଣୀ । ପରେ ସେମାନଙ୍କୁ ଏକା ସାଙ୍ଗରେ ବାହାହେବାକୁ ସର୍ତ୍ତ ରଖିଥିଲେ ୩ ଭଉଣୀ ।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗୋଟିଏ ମା’ ପେଟର ୩ ଭଉଣୀଙ୍କୁ ବାହା ହୋଇଥିବା ଯୁବକଙ୍କ ନାଁ ହେଉଛି ଲୁୱାଜୋ । ସେ ନତାଶା, ନଟାଲୀ ଓ ନାଡେଜ ନାମକ ୩ ଭଉଣୀଙ୍କୁ ଏକା ସାଙ୍ଗରେ ବିବାହ କରିଛନ୍ତି । ନଟାଲୀଙ୍କ ସହ ଲୁୱାଜାଙ୍କ ସାକ୍ଷାତ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା । ପରେ ସେ ତାଙ୍କ ୨ ଭଉଣୀଙ୍କ ସହ ରିଲେସନସିପରେ ଆସିଥିଲେ ।

ଲୁୱିଜୋ କହିଛନ୍ତି ଯେ, ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା । କାରଣ ସେମାନେ ସର୍ତ୍ତ ରଖିଥିଲେ ଯେ, ତିନି ଭଉଣୀଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ପଡିବ । ଏହି ନିଷ୍ପତ୍ତି ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ମୁଁ ଏପରି କାହିଁକି କଲଇ ବୋଲି ବର୍ତ୍ତମାନ ସୁଦ୍ଧା ମୋର ପିତାମାତା ବୁଝି ପାରୁନାହାନ୍ତି ବୋଲି ଲୁୱିଜୋ କହିଛନ୍ତି ।

ଅନ୍ୟପଟେ ଜଣେ କନିଆ କହିଛନ୍ତି ଯେ, ‘ଯେତେବେଳେ ଆମେ ୩ ଭଉଣୀ ଲୁୱିଜୋଙ୍କ ସାମ୍ନାରେ ଏକାସାଙ୍ଗରେ ବାହାଘରର ସର୍ତ୍ତ ରଖିଥିଲୁ ସେବେ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଅବଶ୍ୟ ତାଙ୍କୁ ଆମ ସର୍ତ୍ତ ମାନିବାକୁ ପଡିଲା । ଆମେ ୩ ଭଉଣୀ ତାଙ୍କୁ ବହୁତ ପସନ୍ଦ କରୁଛୁ । ୩ ମହିଳାଙ୍କ ପାଇଁ ଗୋଟିଏ ସ୍ୱାମୀ ସେୟାର କରିବା ଲୋକମାନଙ୍କୁ ଅସମ୍ଭବ ଲାଗିପାରେ, କିନ୍ତୁ ଆମେ ପିଲାବେଳୁ ସବୁକିଛି ସେୟାର କରିଆସୁଛୁ ଓ ଏବେ ସ୍ୱାମୀ ବି ସେୟାର କରିବୁ ।’ ତେବେ ଲୁୱିଜୋଙ୍କୁ ବାହା ହେବା ପରେ ୩ ଭଉଣୀ ଭହୁତ ଖୁସିରେ ଅଛନ୍ତି ।

Get real time updates directly on you device, subscribe now.