fbpx

ଅନନ୍ତନାଗରେ ନିପାତ ହେଲେ ୩ ଆତଙ୍କବାଦୀ

ଶ୍ରୀନଗର, ୧୧ା୫: ସୁରକ୍ଷାବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସୁରକ୍ଷାବାହିନୀଙ୍କ ଗୁଳିରେ ଆତଙ୍କବାଦୀମାନେ ସଫା ହୋଇଛନ୍ତି । ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ଲସ୍କର-ଇ-ତୋଇବା ସଂଗଠନର ହୋଇଥିବା ସୂଚନା ମିଳିଛି ।

କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ଯେ, ଆତଙ୍କବାଦୀମାନେ ଅନନ୍ତନାଗ ଅଞ୍ଚଳରେ ଲୁଚିଥିବା ନେଇ ସୁରାକ ମିଳିଥିଲା । ଫଳରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଅପରେସନ ଜାରି ରଖିଥିଲା । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇବାକୁ ସୁରକ୍ଷାକର୍ମୀ ଏହାର ଯବାବ ଦେଇଥିଲେ । ବର୍ତ୍ତମାନ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଧରାପଡ଼ିଥିବା ଆତଙ୍କବାଦୀ ଲସ୍କର-ଇ-ତୋଇବା ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.