fbpx

ରେବେଣାରେ ବାଘ ଆତଙ୍କ; ଗାଁ ଭିତରକୁ ଆସି ଖାଇ ଦେଉଛି ମଇଁଷି

ଭୁବନେଶ୍ୱର: କେଉଁଝର ଜିଲ୍ଲା ରେବେଣା ଜଙ୍ଗଲରେ ଦେଖା ଦେଇଛି ବାଘ ଆତଙ୍କ । ଏହି ଜଙ୍ଗଲର ଆଖପାଖ ସ୍ଥାନରେ ମହାବଳ ବାଘଟି ବୁଲୁଥିବାରୁ ଗ୍ରାମବାସୀମାନେ ଭୟରେ ରହୁଛନ୍ତି । ଗତ କିଛି ଦିନ ଭିତରେ ଅନେକ ମଇଁଷି ଶିକାର କରି ଆତଙ୍କ ଖେଳାଇଛି ମହାବଳ ବାଘ । ହରିଚନ୍ଦନପୁର ବ୍ଲକର କହ୍ନେଇଗୋଳା, ବଡଜେମେଇଁ, ବଡଝାଁର, ନୋଲ, ବାଉଁରୁ, ସାନଜେମେଇଁ ଗ୍ରାମରୁ ଗୃହ ପାଳିତ ମଇଁଷି ଗୁଡିକୁ ଶିକାର କରି ଖାଇଯାଉଥିବାର ଲୋକମାନେ କହିଛନ୍ତି । ସେଠାକାର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ପାଳିଥିବା ମଇଁଷି ଗୁଡିକୁ ମାରିଦେବା ସହ କିଛି ମଇଁଷିକୁ ଗଭୀର ଭାବରେ କ୍ଷତାକ୍ତ କରିଛି ।

ଏନେଇ ସେ ଅଞ୍ଚଳର ବିଭାଗୀୟ ଅଧିକାରୀ ଉମାକାନ୍ତ ଦାସ କହିଛନ୍ତି ବାଘଟି ଅନ୍ୟ କୌଣସି ଜଙ୍ଗଲରୁ ଖସି ଆସି ରେବେଣା ଜଙ୍ଗଲରେ ଆସି ପହଞ୍ଚି ଯାଇଛି । ଏହା ବାଟବଣା ହୋଇ ଯାଇଥିବାରୁ ସେ ଫେରି ପାରିନାହିଁ । ସେହି ଅଞ୍ଚଳର ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଠାକାର ସ୍ଥାନୀୟ ଲୋକ ମଇଁଷି ଓ ଅନ୍ୟାନ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ନ ଛାଡିବା ପାଇଁ କୁହାଯାଇଛି । କ୍ଷତିଗ୍ରସ୍ତ ହୋଇଥିବା ପଶୁପାଳକ ଚାଷୀମାନଙ୍କୁ କିଛିଦିନ ଭିତରେ ଅର୍ଥରାଶି ସହାୟତା କରିବା ନେଇ ବନଖଣ୍ଡ ଅଧୀକାରୀ କହିଛନ୍ତି ।

Get real time updates directly on you device, subscribe now.