fbpx

ବିଗିଡ଼ିବ ଦେଶର ଅବସ୍ଥା: ମେ ୧୫ ସୁଦ୍ଧା ଦୈନିକ ମୃତ୍ୟୁସଂଖ୍ୟା ୫ ହଜାର ଟପିବ, ଜାଣନ୍ତୁ କ’ଣ କହୁଛି ସର୍ଭେ

ନୂଆଦିଲ୍ଲୀ, ୨୪ା୪: କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । କରୋନା ପ୍ରଭାବକୁ ହ୍ରାସ କରିବା ପାଇଁ ବିଭିନ୍ନ ଦେଶର ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ କରୋନାକୁ ନେଇ ଆମେରିକାର ଏକ ବିଶ୍ୱବିଦ୍ୟାଳୟ ତରଫରୁ ଏକ ସର୍ଭେ ରିପୋର୍ଟ ଆସିଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ କରୋନା ରହିବ । ଏଥିସହ ଦୈନିକ ମୃତ୍ୟୁସଂଖ୍ୟା ୫୬୦୦ରେ ପହଞ୍ଚିବ ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ସପ୍ତାହରେ କରୋନାର ପ୍ରଭାବ ବୃଦ୍ଧି ପାଇବ । ଏହି କ୍ରମରେ ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ, ତେବେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ । ତେବେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଦେଶରେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୨୯ ହଜାରରେ ପହଞ୍ଚିବ । ସେହିପରି ଜୁଲାଇ ଶେଷ ସୁଦ୍ଧା ୬ ଲକ୍ଷ ୬୫ ହଜାର ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ଅଛି ବୋଲି କୁହାଯାଇଛି । ଭାରତରେ ୨୦୨୦ ମସିହା ସେପ୍ଟମ୍ବର ଠାରୁ ୨୦୨୧ ମସିହା ଫେବୃଆରୀ ମଧ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏପ୍ରିଲ ମାସରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଥିଲା । ଏପ୍ରିଲ ମାସ ପୂର୍ବରୁ ଓ ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୭୧ ପ୍ରତିଶତ ବୃଦ୍ଧି ହୋଇଥିଲା । ମୃତ୍ୟୁ ସଂଖ୍ୟା ମଧ୍ୟ ୫୫ ପ୍ରତିଶତ ବୃଦ୍ଧି ପାଇଥିଲା । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାରେ ଅବହେଳା କାରଣରୁ ଏହି ପରିସ୍ଥିତି ଉପଜିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.