fbpx

ଗରମରେ ଏହି ଛୋଟ ଭୁଲ ଯୋଗୁଁ ବ୍ଲାଷ୍ଟ ହୋଇଯିବ ଫୋନ, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଖରାଦିନେ ତାପମାତ୍ରା ଦିନରେ ବଢିଥାଏ । ଏଥିରେ ସ୍ମାର୍ଟଫନର ଚାର୍ଜ କରିବା ଏବଂ ବ୍ୟବହାର କରିବାରେ ଅସୁବିଧା ଦେଖାଦେଇଥାଏ । କିଛି ଲୋକଙ୍କ ଫୋନ କମ ଚାର୍ଚ୍ଚ ହେଉଥିବେ ବେଳେ କିଛି ଲୋକଙ୍କର ଚାର୍ଜ ହୋଇନଥାଏ । ତେବେ ଏକ ସାଧାରଣ ତାପମାତ୍ରାରେ ଆପଣଙ୍କ ଫୋନ ଠିକ୍ ଭାେ କାର୍ଯ୍ୟ କରିଥାଏ । ଅଧିକ ଗରମ ତାପମାତ୍ରାରେ ଏହା ଗରମ ହୋଇଯାଇଥାଏ । ଯେଉଁଥିରେ ବ୍ଲାଷ୍ଟ ହେବାର ସମ୍ଭାବନା ରହିଥାଏ । ତଏେବେ ଆସନ୍ତୁ ଜାଣିବା ଏହାର କିପରି ଯତ୍ନ ନେବେ ।

ଯଦି ଆପଣଙ୍କ ଫୋନକୁ ଖରାରେ ଚଲାଇବେ ତେବେ ଫୋନର ବ୍ରାଇଟନେଓ କମ କରି ଚଲାନ୍ତୁ । କାରଣ ଅଧିକ ବ୍ରାଇଟନେଓ କ୍ୟାମେରା ଏବଂ ଫ୍ଲାସଲାଇଟର ବ୍ୟବହାର ଫୋନକୁ ଅଧିକ ଗରମ କରିଦେଇଥାଏ ।

ନୂଆ ସ୍ମାର୍ଟଫୋନ ପ୍ରଥମରୁ ଅଧିକ ଚାର୍ଜ ହୋଇଥାଏ ହେଲେ ଯେତେବେଳେ ଗରମ ହୋଇଯାଏ ସେତେବେଳେ ଫୋନରେ ଥିବା ସେନ୍ସର ଅଧିକ ଗରମ ହୋଇଥାଏ ତେବେ ଏହା ଫୋନ ଚାର୍ଜକୁ ସ୍ଲୋ କରିଦେଇଥାଏ । ଯେଉଁଥିରେ ଫୋନ ଥଣ୍ଡା ହୋଇଥାଏ ।

ଗରମରେ ଫୋନକୁ କିପରି ଚାର୍ଜ କରିବେ:
-ଫୋନକୁ ସର୍ବଦା କଭର ବାହାର କରି ଚାର୍ଜ କରନ୍ତୁ ଯାହାଦ୍ୱାରା ଫୋନରେ ହିଟ୍ ଟ୍ୟାପ୍ ନ ହେଉ ।
-ସ୍ମାର୍ଟଫୋନରେ Wireless ଚାର୍ଜିଂ ସ୍ଥାନରେ Wired ଚାର୍ଜିଂର ବ୍ୟବହାର କରନ୍ତୁ ।
-ଯଦି ଫୋନ ପୁରୁଣା ହୁଏ ତେବେ ତାର ବ୍ୟାଟେରୀ ଖରାପ ହୋଇପାରେ । ଯେଉଁଥିରେ ଫୋନ ଗରମ ହୋଇପାରେ, ପୁଣି .. ହୋଇଥାଏ ।

କିପରି ରଖିବେ ଧ୍ୟାନ:
-ସର୍ବଦା କମ୍ପାନୀର ଚାର୍ଜରରେ ଫୋନ ଚାର୍ଜ କରନ୍ତୁ ।
-ଫୋନ ଗରମ ହୋଇଗଲେ ତାକୁ ଥଣ୍ଡା ହେବା ପାଇଁ ସମୟ ଦିଅନ୍ତୁ ।
-ବ୍ୟାଟେରୀକୁ ସଂପୂର୍ଣ୍ଣ ଡିସଚାର୍ଜ କରନ୍ତୁ ନାହିଁ ।
-ଫୋନକୁ ଅଧିକ ଚାର୍ଜ କରନ୍ତୁ ନାହିଁ ।
-ଫୋନରେ କିଛି ଖରାପ ନ ହେଉ ଏହାର ଧ୍ୟାନ ରଖନ୍ତୁ ।
-ଫୋନକୁ ଶିଘ୍ର ଥଣ୍ଡା କରିବା ଲାଗି ଏହାର କଭର ବାହାର କରିଦିଅନ୍ତୁ ।
-ଯଦି ଫୋନରେ ବେଳେବେଳେ ପାଣି ଚାଲିଯାଏ ତେବେ ପୁରା ଶୁଖାଇ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.