fbpx

ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୨ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୈଠକର ଅଧ୍ୟକ୍ଷତା କରିବେ। କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସୂଚନା ମିଳିଛି ।

ସୂଚନା ମୁତାବିକ, ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାକୁ ଅନୁମୋଦନ ମିଳିବ । ସେହିପରି ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ ନିଷ୍ପତ୍ତି ଉପରେ ମୋହର ଲାଗିପାରେ । ନିଯୁକ୍ତି ସର୍ତ୍ତାବଳୀ, ନଗର ଉନ୍ନୟନ ବିଭାଗର କିଛି ଏଜେଣ୍ଡା ଓ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ ମିଳିବ ବୋଲି ସୂଚନା ରହିଛି । ପୂର୍ତ୍ତ ବିଭାଗର କିଛି ପ୍ରକଳ୍ପ ଉପରେ ମଧ୍ୟ ମୋହର ବାଜିବ । ଭାରତୀୟ ହକି ଦଳର ଅଲିମ୍ପିକ୍ସରେ ସଫଳତା ପରେ ରାଜ୍ୟ ସରକାର କ୍ରୀଡ଼ା ସଂପର୍କିତ ଏକ ବଡ଼ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଭର୍ଚୁଆଲ ମୋଡରେ ଏ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.