fbpx

କିଆରା ଲଗାଇବେ ସିଦ୍ଧାର୍ଥଙ୍କ ନାମରେ ମେହେନ୍ଦୀ, ଏହି ତାରକାମାନେ ହେବେ ଖାସ ଅତିଥି

ଜୈସଲମେର: ବଲିଉଡ୍ ର ଲବ୍ ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ଼ୱାଣୀ ସବୁବେଳ ପାଇଁ ଏକାଠି ହେବାକୁ ଯାଉଛନ୍ତି । କିଆରା ଏବଂ ସିଦ୍ଧାର୍ଥ ୬ ଫେବୃଆରୀରେ ରାଜସ୍ଥାନର ଜୈସଲମେରରେ ବିବାହ କରିବାକୁ ଯାଉଛନ୍ତି । ଏହି ଦୁଇଜଣଙ୍କ ବିବାହ, ପରିବାର ଏବଂ ବନ୍ଧୁବର୍ଗଙ୍କ ମଧ୍ୟରେ ହେବାକୁ ଯାଉଛି । ତେବେ ବିବାହର ରୀତିନୀତି ଗୁଡ଼ିକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତୁ ଜାଣିବା ଏମାନଙ୍କ ବାହାଘରରେ କଣ ଖାସ ହେବାକୁ ଯାଉଛି ।

କିଆରା ଏବଂ ସିଦ୍ଧାର୍ଥଙ୍କ ପ୍ରି ୱେଡିଙ୍ଗ ଫଙ୍ଗସନ ଗୁଡ଼ିକ ରବିବାର ଠାରୁ ଆରମ୍ଭ ହୋଇସାରିଛି । କୁହାଯାଉଛି ଯେ, ଆଜି ଗଣେଶ ସ୍ଥାପନା ପରେ ମେହେନ୍ଦୀ, ହଳଦୀ ରଶମ କରାଯିବ । ସେହିପରି ବିବାହ ପାଇଁ ବହୁତ କିଛି ବିଶେଷ ପ୍ରସ୍ତୁତି କରାଯାଇଛି । ଏହି ମେହେନ୍ଦୀ ଏବଂ ହଳଦୀ ରଶମର ସଂଧ୍ୟାରେ ଜବରଦସ୍ତ ସଙ୍ଗୀତ୍ ଫଙ୍ଗସନର ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡ୍ ର ବହୁ ତାରକା ନିଜର ପ୍ରଦର୍ଶନ ପ୍ରକାଶ କରିବେ ।

ମେହେନ୍ଦୀ ଏବଂ ହଳଦୀ ପରେ ସୋମବାର ଅର୍ଥାତ ଆସନ୍ତା କାଲି ରାଜସ୍ଥାନର ସୂର୍ଯ୍ୟଗଢ ପ୍ୟାଲେସରେ ସାତଘେରା ନେଇ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହ ପରଦିନ ଏକ ଗ୍ରେଟ୍ ପାର୍ଟିର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ କିଆରାଙ୍କ କଷ୍ଟ୍ୟୁମ୍ ପାଇଁ ଫ୍ୟାଶନ ଡିଜାଇନର ମନିଷ ମଲହୋତ୍ରା ଏବଂ ମେକଅପ ପାଇଁ ସ୍ୱର୍ଣ୍ଣଲେଖା ଗୁପ୍ତା ସେଠାରେ ପହଁଚି ସାରିଛନ୍ତି । ସେହିପରି ହେୟାର ଷ୍ଟାଇଲିସ୍ ଅମିତ ଠାକୁର ଏବଂ ବଲିଉଡ୍ ର ମେହେନ୍ଦୀ ଡିଜାଇନର କ୍ୱିନ ବିଣା ନାଗଦା ୱେଡ଼ିଙ୍ଗ ଭେନ୍ୟୁରେ ଯୋଗଦେଇଛି । ୱେଡ଼ିଙ୍ଗ ସୁଟ କଭର କରିବା ପାଇଁ ବିଶାଲ ନିଜର ପଞ୍ଜାବୀ ଟିମ୍ କୁ ନେଇ ସେଠାରେ ପହଁଚି ସାରିଛନ୍ତି ।

କିଆରା ଏବଂ ସିଦ୍ଧାର୍ଥଙ୍କ ବିବାହ ପାଇଁ ବଲିଉଡ୍ ର ଅନେକ ତାରକା ଜୈସଲମେର ପହଁଚିବେ । ସୂଚନା ଅନ୍ୟୁାୟୀ, ସେଠାରେ ଆଜି ଦିନ ୧୨ଟାରେ କରଣ ଜୋହାର, ସାହିଦ କପୁର, ମୀରା ରାଜପୁତ, ଇଶା ଅମ୍ବାନୀ ସମେତ ଅନେକ ସେଲିବ୍ରିଟି ୱେଡିଙ୍ଗ ଭେନ୍ୟୁରେ ପହଁଚିଛନ୍ତି । ତେବେ କିଆରା ଏବଂ ସିଦ୍ଧାର୍ଥଙ୍କ ବନ୍ଧୁ ଓ ପରିବାର ବର୍ଗ ଶୁକ୍ରବାର ଦିନ ଜୈସଲମେର ଠାରେ ପହଁଚିଥିବା ବେଳେ ଅନ୍ୟାନ୍ୟ ତାରକା ଆଜି ରାତି ୮ ଭିତରେ ଆସି ପହଁଚିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.