fbpx

ଭୋପାଳ ଗ୍ୟାସ ଟ୍ରାଜେଡିରେ ଆଜି ହେବ ଶୁଣାଣି: ରାୟ ଉପରେ ସମସ୍ତଙ୍କ ନଜର

Advertisement

ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ଦୁର୍ଘଟଣା ଉପରେ କେନ୍ଦ୍ର ଦାୟର କରିଥିବା କ୍ୟୁରେଟିଭ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ରାୟ । ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ବର୍ତ୍ତମାନ ଏହି ସୁପ୍ରିମ ରାୟକୁ ଅପେକ୍ଷା କରି ରହିଛନ୍ତି । ପୀଡିତମାନଙ୍କ ପାଇଁ କ୍ଷତିପୂରଣ ରାଶି ବଢିବା ନେଇ ସୁପ୍ରିମକୋର୍ଟ ରାୟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ଶୁଣାଇବେ ।

୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ ଟ୍ରାଜେଡିରେ ପୀଡିତମାନଙ୍କୁ ୭୪୦୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ରାଶି ଦେବା ପାଇଁ ଏକ କ୍ୟୁରେଟିଭ ଯାଚିକା ଦାୟର କରିଥିଲେ କେନ୍ଦ୍ର ସରକାର । ଗ୍ୟାସ ପୀଡିତଙ୍କ ପାଇଁ କାମ କରୁଥିବା ସଂଗଠନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେଣୁ କ୍ଷତିପୂରଣ ରାଶିକୁ ପରିବର୍ତ୍ତନ କରିବା ସହ ପୁଣିଥରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଉ ବୋଲି ଦାବି କରି ଏହି କ୍ୟୁରେଟିଭ ପିଟିସନ ଦାୟର କରାଯାଇଛି । କେନ୍ଦ୍ର ସରକାରଙ୍କ ସହ ଗ୍ୟାସ ପୀଡିତ ସଂଗଠନ ଗୁଡିକ ମଧ୍ୟ ନିଜର ଦାବି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠର ସମ୍ବିଧାନ ଏହି ସଙ୍ଗୀନ ମାମଲାର ଶୁଣାଣି କରିବେ । ବେଞ୍ଚରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଅଭୟଏସ. ଓକା, ବିକ୍ରମ ନାଥ ଏବଂ ଜେ.କେ ମାହେଶ୍ୱରୀ ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ହେବେ । ପୀଡିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ପାଇଁ ୟୁନିଅନ କାର୍ବାଇଡ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ୭୪୦୦ କୋଟିରୁ ଅଧିକ ଟଙ୍କା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ।

Get real time updates directly on you device, subscribe now.