fbpx

ଆଜି ମହାପ୍ରଭୁଙ୍କ ଘଣାଲାଗି ନୀତି, ଅଣସର ଗୃହରେ ଚାଲିଛି ଗୁପ୍ତସେବା

Advertisement

ପୁରୀ: ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଆଷାଢ ମାସ କୃଷ୍ଣପକ୍ଷ ତ୍ରୟଦଶୀ ତିଥି ମହାପ୍ରଭୁଙ୍କ ଘଣାଲାଗି ନୀତି ହୋଇଥାଏ । ଏହି ନୀତିକୁ ଅଣସର ଗୃହରେ ଗୁପ୍ତ ସେବା ଭାବରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଘଣାଲାଗି ସେବା ପରେ ଖଳିଲାଗି ଏବଂ ଶେଷରେ ଖଡିଲାଗି ସେବା କରାଯାଇଥାଏ । ସେବାରେ ମହାପ୍ରଭୁଙ୍କୁ କର୍ପୂର, କେଶର, କସ୍ତୁରୀ ମିଶ୍ରିତ ଦିବ୍ୟ ଖଳି ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯିବ । ଶୁଦ୍ଧ ସୁଆରଙ୍କ ଖଳି ପ୍ରସାଦ ଲାଗି ପରେ ଖଡି ପ୍ରସାଦ ଲାଗିକରାଯିବ ।
ଭୋଗମଣ୍ଡପର କାର୍ଯ୍ୟ ସମ୍ପନ୍ନ ହେବା ପରେ ଦତ୍ତମହାପାତ୍ର ସେବକମାନଙ୍କ ଘରୁ ଖଡି ପ୍ରସାଦ ଆସି ଶ୍ରୀମନ୍ଦିରରେ ବିଜେ ହେବାର ନୀତି ରହିଛି । ପରେ ଘଣ୍ଟା, ଛତା, କାହାଳି, ବାଜା ସହ ଖଳି ପ୍ରସାଦ ଶୁଦ୍ଧ ସୁଆରମାନଙ୍କ ଘରୁ ଶ୍ରୀମନ୍ଦିରକୁ ଆସିବାର ବିଧି ରହିଛି । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜର ବାସ ଭବନରେ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଥାନ୍ତି । ସେହି ଖଳି ହାଣ୍ଡିକୁ ସୁଆରମାନଙ୍କ ବାସ ଭବନରେ ମହିଳାମାନେ ବନ୍ଦାପନା କରିଥାନ୍ତି । ପରବର୍ତ୍ତୀ ମୂହୁର୍ତ୍ତରେ ଏହା ଶ୍ରୀମନ୍ଦିର ବିଜେ କରାଯାଇଥାଏ ।

ବିଶ୍ୱନିୟନ୍ତା ମହାପ୍ରଭୁ ଗତକାଲି ଜ୍ୱରରେ ସୁସ୍ଥ ହୋଇଛନ୍ତି । ଏହି ଅସୁସ୍ଥ ସମୟରେ ମହାପ୍ରଭୁଙ୍କ ଅନେକ ଗୁପ୍ତ ସେବା ଚାଲୁଥିଲା । ଏବେ ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଆଗାମୀ ଦିନରେ ସାଧାରଣ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେବା ଲାଗି ମହାପ୍ରଭୁଙ୍କ ବିଶେଷ ପ୍ରସ୍ତୁତି ଛାଲିଛି ।

 

Get real time updates directly on you device, subscribe now.