ଭୁବନେଶ୍ୱର : ସାଧାରଣତଃ ସ୍ତ୍ରୀ ମାନେ ସୁନା ପିନ୍ଧି ସଜେଇ ହେବାକୁ ଅଧିକ ଭଲ ପାଆନ୍ତି । ତା’ଛଡ଼ା ସ୍ତ୍ରୀ ମାନେ ସୁନା ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଆନ୍ତି । ତେଣୁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ କେତେ ରାଜ୍ୟ ସହ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ସୁନାର ଦର ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୪,୦୨୦ ରହିଛି ଏବଂ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୮,୯୭୦ ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ୨୨ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୪,୫୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୫୯,୫୧୦ଟଙ୍କା ରହିଛି ।
ଦେଶର ପ୍ରମୁଖସହର ମାନଙ୍କ ମଧ୍ରୁ କେତେକରେ ସୁନାର ଦର ସ୍ଥିର ରହିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହାର ଦରରେ ସାମାନ୍ୟ ବୃଦ୍ଧି ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୫୫୦ଟଙ୍କା ଓ ୫୯,୫୧୦ ଟଙ୍କା ରହିଛି । ମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୭୦୦ଟଙ୍କା ଓ ୫୯,୬୬୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୨,୮୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।