fbpx

ଆଜି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମୁକାବିଲା, ଏମିତି ହୋଇପାରେ ଦୁଇ ଦଳର ପ୍ଲେଇଙ୍ଗ XI

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୨ର ୪୮ତମ ମ୍ୟାଚ୍ ଖେଳାଯିବ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟର ନଜର ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବା ଉପରେ ରହିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଇଟ ଟାଇଟନ୍ସ ଯଦି ଆଜିର ମ୍ୟାଚ୍ ଜିତିନିଏ ତେବେ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିବ। ଅନ୍ୟପଟେ ମୟଙ୍କ ଅଗ୍ରଓ୍ଵାଲଙ୍କ ନେତୃତ୍ଵାଧୀନ ପଞ୍ଜାବ କିଙ୍ଗ୍ସଙ୍କୁ ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ଯେମିତି ହେଲେ ଆଜିର ମ୍ୟାଚ୍ ଜିତିବାକୁ ହେବ।

ଗୁଜରାଟ ୯ଟି ମ୍ୟାଚରୁ ୮ଟି ଜିତିଥିବା ବେଳେ ପଞ୍ଜାବ ୯ଟିରୁ ୪ଟି ମୁକାବିଲା ଜିତି ପଏଣ୍ଟ ଟେବୁଲର ଅଷ୍ଟମରେ ରହିଛି। ଗୁଜରାଟର ସବୁଠୁ ବଡ ଶକ୍ତି ଦଳ ଏ ଯାଏଁ କୌଣସି ଜଣେ ଖେଳାଳି ଉପରେ ନିର୍ଭରଶୀଳ ନୁହେଁ। ଯଦି କୌଣସି ଜଣେ ଖେଳାଳି ଫ୍ଲପ୍ ହେଉଛି ତେବେ ଅନ୍ୟ ଖେଳାଳି ଦାୟିତ୍ଵ ସମ୍ଭାଳୁଛନ୍ତି। ରାହୁଲ ତେଓ୍ଵତିଆ, ଡେଭିଡ୍ ମିଲର, ରଶିଦ ଖାନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟର ସବୁଠୁ ବଡ ଶକ୍ତି।

ଏହା ପୂର୍ବରୁ ଚଳିତ ସିଜିନରେ ଦୁଇ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ବିଜୟୀ ହୋଇଥିଲା। ତେଓ୍ଵତିଆ ଶେଷ ଦୁଇ ବଲରେ ଦୁଇ ଛକା ମାରି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ। ଅନ୍ୟପଟେ ପଞ୍ଜାବ ଦଳରେ ନିରନ୍ତରତାର ଅଭାବ ଦେଖିବାକୁ ମିଳିଛି। ମୟଙ୍କ ଅଗ୍ରଓ୍ଵାଲ, ଜୋନି ବେୟାରଷ୍ଟୋ, ଶିଖର ଧାଓ୍ଵନ, ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ନିରନ୍ତର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଗୁଜରାଟ ଟାଇଟନ୍ସ
ଋଦ୍ଧିମାନ ଶାହ, ଶୁଭମାନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ସାଇ ସୁଦର୍ଶନ, ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ଅଲଜାରୀ ଯୋଶେଫ, ଲୋକି ଫର୍ଗ୍ୟୁସନ, ୟଶ ଦୟାଲ, ମହମ୍ମଦ ଶାମି।

ପଞ୍ଜାବ କିଙ୍ଗ୍ସ
ମୟଙ୍କ ଅଗ୍ରଓ୍ଵାଲ, ଶିଖର ଧାଓ୍ଵନ, ଜୋନି ବେୟାରଷ୍ଟୋ, ଲିୟାମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଭାନୁକ ରାଜପକ୍ଷେ, ଋଷି ଧାଓ୍ଵନ, କାଗିସୋ ରାବଡା, ରାହୁଲ ଚହଲ, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂହ।

 

 

Get real time updates directly on you device, subscribe now.