ରଖେ ହରି ତ ମାରେ କିଏ! ୧୩ ମହଲାରୁ ଖସିପଡ଼ିଲା କୁନିଝିଅ, ଆଉ ତାପରେ…
ଭାବେଶ ସାଜିଲେ ରକ୍ଷକ । ୧୩ ମହଲାରୁ ଖସି କୁନି ଝିଅ ହେଲା ଆହତ ।
ପୁଣେ : ମହାରାଷ୍ଟ୍ରର ଥାଣେରୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ । ୧୩ ମହଲାରୁ ତଳକୁ ଖସିପଡିଛି ଛୋଟ ଝିଅଟି । ହେଲେ ଏତେ ଉଚ୍ଚରୁ ପଡିବା ପରେ ବି ସେ ରକ୍ଷା ପାଇଯାଇଛି । ପିଲାଟିର ଜୀବନ ବଞ୍ଚିଯାଇଥିବାବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଏହି ଘଟଣା ସମୟର ଭିଡିଓ ସାମନାକୁ ଆସିବା ପରେ ଦେବଦୂତ ଭଳି ଆସି ଝିଅଟିକୁ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ଲୋକେ ପ୍ରଶଂସା କରିଛନ୍ତି । ସେ ହିଁ ପ୍ରକୃତ ହିରୋ ବୋଲି ସମ୍ବୋଧନ କରିଛନ୍ତି ୟୁଜର୍ସ । ଗତ ସପ୍ତାହରେ ଥାଣେ ସ୍ଥିତ ଦେବୀଚାପଡା ଅଞ୍ଚଳରେ ଏହି ଅଘଟଣ ଘଟିଛି ।
ଦେବଦୁତ: ଭିଡିଓରେ ଅନୁସାରେ, ଭାବେଶ ମହାତ୍ରେ ନାମକ ଜଣେ ବ୍ୟକ୍ତି ଝିଅଟି ଖସିପଡୁଥିବା ସମୟରେ ତାକୁ ଉଦ୍ଧାର କରିବାକୁ ଦୌଡି ଯାଇଥିଲେ । ଯଦିଓ ସେ ଝିଅଟିକୁ ସମ୍ପୂର୍ଣ୍ଣ ଭାବେ ଧରିପକାଇବାରେ ସଫଳ ହୋଇନଥିଲେ ତଥାପି ତାଙ୍କର ପ୍ରୟାସ ଯୋଗୁ ପିଲାଟି ସିଧା ତଳେ ପଡି ପାରିନଥିଲା । ବେଶୀ ଆଘାତ ଲାଗି ନ ଥିବା କାରଣରୁ ତା ଜୀବନ ବଞ୍ଚିଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,୧୩ ମହଲା ବାଲକୋନୀରୁ ପିଲାଟି ହଠାତ୍ ଖସି ପଡିଥିଲା । କିଛି ସମୟ ଧରି ସେ ବାଲକୋନିରେ ଝୁଲି ରହିଥିଲା । ଏହା ଦେଖିବା ପରେ ଭାବେଶ ତା’ ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିଲେ । ଏନେଇ ଭାବେଶ କହିଛନ୍ତି, ସାହସିକତା ଓ ମାନବିକତାରୁ ବଡ଼ ଧର୍ମ କିଛି ନାହିଁ ।
ଭାବେଶ ସାଜିଲେ ରକ୍ଷକ । ୧୩ ମହଲାରୁ ଖସି କୁନି ଝିଅ ହେଲା ଆହତ ।