fbpx

ହକିରେ ଭାରତର ଦମଦାର ବିଜୟ, ପ୍ରଥମ ମ୍ୟାଚରେ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏକ ଦମଦାର ଶୁଭାରମ୍ଭ କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କରିଛି । ରୂପିନ୍ଦର ଗୋଟିଏ ଓ ମନପ୍ରୀତି ୨ଟି ଗୋଲ କରି ବିଜୟୀ କରାଇଛନ୍ତି । ଅନ୍ୟପଟେ ଆୟୋଜକ ଜାପାନକୁ ୫-୩ ଗୋଲରେ ହରାଇଛି ଅଷ୍ଟ୍ରେଲିଆ ।

ଗତ ୪ ଦଶନ୍ଧିରେ ପ୍ରଥମ ଅଲିମ୍ପିକ୍ ପଦକ ଜିତିବାକୁ ଚେଷ୍ଟା କରୁଥିବା ଭାରତୀୟ ଦଳ ଆଶା ଅନୁଯାୟୀ ପ୍ରଦର୍ଶନ କରି ଏହି ଗ୍ରୁପ୍ ‘ଏ’ ମ୍ୟାଚ୍ ଜିତିଛି । ଅନେକ ଭିଡିଓ ରେଫରାଲ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଶେଷ ମୁହୂର୍ତ୍ତରେ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଶ୍ରୀଜେଶ ଗୋଲରେ ପରିଣତ କରିବାକୁ ଦେଇନଥିଲେ ।

Get real time updates directly on you device, subscribe now.