fbpx

ଆଜିଠୁ ଟୋକିଓ ଅଲିମ୍ପିକ୍ସ ଆଥଲେଟିକ୍ସ ଇଭେଣ୍ଟ: ଦୂତୀ ଚାନ୍ଦ ଓ ନିରଜ ଚୋପ୍ରାଙ୍କ ଭାଗ୍ୟ ପରୀକ୍ଷା

ଟୋକିଓ (ଭାସ୍କର ନ୍ୟୁଜ୍):ଗତ ୨୩ ତାରିଖ ଦିନ ଉଦଘାଟିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ସାତ ଦିନ ଅତିକ୍ରାନ୍ତ କରିଥିବା ବେଳେ ଭାରତ କେବଳ ମହିଳା ୱେଟଲିଫ୍ଟର ମିରାବାଇ ଚାନୁଙ୍କ ରୌପ୍ୟ ପଦକରେ ଅଟକି ରହିଛି । ଇତି ମଧ୍ୟରେ ଏକାଧିକ ଇଭେଣ୍ଟ ଶେଷ ହୋଇ ଯାଇଥିବା ବେଳେ ଭାରତୀୟ ଆଥଲେଟ ମାନେ ଆଉ ଅଧିକ ପଦକ ଜିଣିବା ସମ୍ଭବ ହୋଇ ପାରି ନାହିଁ । ତେବେ ଶୁକ୍ରବାର ଦିନ ଆରମ୍ଭ ହେବାକୁ ଯାଉଥିବା ଦୌଡକୁଦ ଇଭେଣ୍ଟ ଉପରେ ରହିଛି ବିଶେଷ ନଜର । ମୁଖ୍ୟତଃ ମହିଳା ଧାବିକା ଦୂତୀ ଚାନ୍ଦ ,ସାବଲେ ଓ ଜାଭେଲିନ ଥ୍ରୋର ନିରଜ ଚୋପ୍ରାଙ୍କ ଭାଗ୍ୟ ପରୀକ୍ଷାର ଦିନ ଆସିଛି ।

ଗତ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍‌ ମାନଙ୍କର ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା । ତେଣୁ ପୁଣି ସେହି ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବେ ନାହିଁ ବୋଲି ସମସସ୍ତଙ୍କର ବିଶ୍ୱାସ ରହିଛି । ମାତ୍ର ଜାଭେଲିନ ଥ୍ରୋର ନିରଜ ଟ୍ଟଚାପ୍ରାଙ୍କର ଅଲିମ୍ପିକ୍‌ ପ୍ରସ୍ତୁତି ସନ୍ତୋଷ ଜନକ ନ ଥିଲା । କାରେଣ କରୋନା ଯୋଗୁ ସେ ଏହି ଅଲିମ୍ପିକ୍ସକୁ ଆସିବା ପୂର୍ବରୁ କେବଳ ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ସେହିପରି ୧୦୦ ମିଟର ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଦୂତୀ ଚାନ୍ଦ ଦୁଇ ଜାତୀୟ ଆଥଲେଟିକ ମିଟରେ ଅଲିମ୍ପିକ୍‌ ଯୋଗ୍ୟତା ମାର୍କ ହାସଲ କରିବା ସମ୍ଭବ ହୋଇ ନ ଥିବା ବେଳେ ସୌଭାଗ୍ୟ ବଶତଃ ବିଶ୍ୱ ମାନ୍ୟତା ଆଧାରରେ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଗତ ରିଓ ଅଲିମ୍ପିକ୍ସରେ ଦୂତୀ ପ୍ରଥମ ହିଟ୍‌ ରେସରୁ ବିଦାୟ ନେଇଥିଲେ । ତେ୍‌ଣୁ ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ନିରଜ ଚୋପ୍ରା ଓ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଟୋକିଓ ଭାଗ୍ୟ ପରୀକ୍ଷାରେ କିରି ପ୍ରଦର୍ଷନ କରିବେ ,ତାହା ବିଶେଷ ଚର୍ଚ୍ଚା ଓ ଅପେକ୍ଷାର ବିଷୟ ।

Get real time updates directly on you device, subscribe now.