fbpx

ଟମାଟୋ ମଞ୍ଜିର ମୂଲ୍ୟ ୩ କୋଟି ଟଙ୍କା… Luxury କାର୍ ଅପେକ୍ଷା ମହଙ୍ଗା ଟମାଟୋ ମଞ୍ଜି

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋ ମଞ୍ଜିର ଦାମ୍ ଆକାଶଛୁଆଁ ହୋଇଛି । ସାଧାରଣ ଜନତାଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ରାଜଧାନୀ ଦିଲ୍ଲୀରେ ଟମାଟୋ କିଲୋ ପିଛା ୧୨୫ ରହିଥିବା ବେଳେ ଅଧିକାଂଶ ରାଜ୍ୟରେ ଏହାର ଦାମ୍ ୧୦୦ର ଅଧିକ ରହିଛି । ତେବେ କେବଳ ଟମାଟେ ନୁହେଁ, ଏହାର ମଞ୍ଜି ମଧ୍ୟ ବେଶ୍ ମୂଲ୍ୟବାନ୍ ପାଲଟିଛି । ବର୍ତ୍ତମାନ ଟମାଟୋ ମଞ୍ଜିର ଦାମ୍ ୩ କୋଟି ଟଙ୍କାରେ ପହଞ୍ଚିଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । କିଲୋ ପିଛା ୩ କୋଟି ଟଙ୍କାରେ ବିକ୍ରି ହେଉଛି ଟମାଟୋ ମଞ୍ଜି ।

ତେବେ ସୂଚନା ଅନୁସାରେ, ଟମାଟୋ ମଞ୍ଜିକୁ ହାଜେରା ଜେନେଟିକ୍ସ ବିକ୍ରି କରିଥାଏ । କିନ୍ତୁ ଟମାଟୋ ମଞ୍ଜିର ମୂଲ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ୧ କେଜି ଟମାଟୋ ମଞ୍ଜିର ମୂଲ୍ୟ ୩ କୋଟି ଟଙ୍କା ରହିଛି । ଏକ ସ୍ୱତନ୍ତ୍ର କିସମର ଟମାଟୋ ମଞ୍ଜି ପାଇଁ ବିଶେଷ ପରିଚୟ ହାସଲ କରିଛି ହାଜେରା ଜେନେଟିକ୍ସ । ଏହି ସ୍ୱତନ୍ତ୍ର ସମର ସନ୍ ଟମାଟୋ ମଞ୍ଜିକୁ ଅନେକ ଲୋକ କିଣୁଥିବା ବେଳେ ଏହାର ଦାମ୍ ସମସ୍ତଙ୍କୁ ଚକିତ କରିଦେଇଛି ।

କାହିଁକି ମହଙ୍ଗା ଏହି ମଞ୍ଜି?

ସମର ସନ୍ ଟମାଟୋ ମଞ୍ଜି ଏତେ ମହଙ୍ଗା ହେବାର ମୁଖ୍ୟ କାରଣ ହେଉଛି ଏହାର ଉତ୍ପାଦନ କ୍ଷମତା । ଏହି ଟମାଟୋର ଗୋଟିଏ ବିହନରୁ ୨୦ କିଲୋଗ୍ରାମ ଟମାଟୋ ଚାଷ ହୋଇପାରେ । ଏହା ଜଣେ କୃଷକ ବା ଚାଷୀଙ୍କୁ ବେଶ୍ ଲାଭବାନ୍ କରିପାରେ । ତେବେ ଏହି ଫସଲରୁ ଉତ୍ପାଦନ ହେଉଥିବା ଟମାଟୋରେ ବିହନ ରହିନଥାଏ । ତେଣୁ ଏହାର ମଞ୍ଜିକୁ ସଞ୍ଚୟ କରିବା ସମ୍ଭବ ହୁଏ ନାହିଁ । ଏଥିପାଇଁ ଟମାଟୋ ଚାଷ କରିବା ପାଇଁ ପ୍ରତ୍ୟେକ ଥର ନୂଆ ବିହନ କିଣିବାକୁ ପଡ଼ିଥାଏ ।

Get real time updates directly on you device, subscribe now.