fbpx

(VIDEO) ଆସନ୍ତାକାଲି କୋର୍ଟରେ ଉପସ୍ଥିତ ରହିବେନି ତପସ୍ୱିନୀ-ସୁମିତ: ଜଣାପଡ଼ିବ ପ୍ରେମର ଶକ୍ତି କେତେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁ ସାତ ଦିନ ପାଇଁ ଏକାଠି ରହିଛନ୍ତି । ତେବେ ଏହି ଅବଧି ଏବେ ସରିବାକୁ ବସିଲାଣି । ଆସନ୍ତାକାଲି ତପସ୍ୱିନୀଙ୍କ ପକ୍ଷରୁ ଆଗତ ପିଟିସନର ପକ୍ଷ ରଖିବେ ସୁମିତଙ୍କ ଓକିଲ । ପୂର୍ବରୁ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଥିବା କହିଥିଲେ । ମାତ୍ର ସୁମିତ ଓ ତାଙ୍କ ବାପା ପ୍ରମୋଦ ଡିଭୋର୍ସ ଚାହୁଁଥିବା କହିଥିଲେ । ତେବେ ଏହି ସାତ ଦିନ ମଧ୍ୟରେ ଉଭୟ ସୁମିତା ଓ ତପସ୍ୱିନୀ କୌଣସି ପରିବାର ସଦସ୍ୟଙ୍କ ସମ୍ପର୍କରେ ରହିବେ ନାହିଁ ବୋଲି କୋର୍ଟ ଅର୍ଡର ଦେଇଥିଲେ । ତେଣୁ ଏଭଳି ସ୍ଥିତିରେ ଏକ ଦମ୍ପତିଙ୍କ ରିଲେସନସିପରେ କ’ଣ ଘଟିବ ତାହା ଏକ ପ୍ରକାର ଦ୍ୱନ୍ଦ ମଧ୍ୟରେ ରହିଛି ।

ତେବେ ଆସନ୍ତକାଲି କୋର୍ଟରେ ସୁମିତ କି ତପସ୍ୱିନୀ କେହି ଉପସ୍ଥିତ ରହିବେ ନାହିଁ । ଏନେଇ ପୂର୍ବରୁ ତପସ୍ୱିନୀଙ୍କ ଓକିଲ କହିସାରିଛନ୍ତି । ଏଥିସହିତ ଦମ୍ପତିଙ୍କ ସମ୍ପର୍କରେ କ’ଣ ଅଗ୍ରଗତି ଘଟିଛି ସେ ନେଇ ରିପୋର୍ଟ ଦାଖଲ ହେବ । କୋର୍ଟଙ୍କ ପକ୍ଷରୁ ଆସିକା ଆଇଆଇସି ଓ ସୁରକ୍ଷା ଅଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସୁମିତ ଓ ତପସ୍ୱିନୀଙ୍କ ପାଇଁ ଏକ ଭଡ଼ାଘର ଖୋଜିବା ଦାୟିତ୍ୱ ଆସିକା ଆଇଆଇସିଙ୍କୁ ଦିଆଯାଇଥିବା ବେଳେ ବର୍ତ୍ତମାନ ଦମ୍ପତି ଆସିକା ଚିନିଶିଳ୍ପ ଡାକବଙ୍ଗଳାରେ ଏକତ୍ର ରହିଛନ୍ତି । ତେବେ ଏହି ଅଳ୍ପ ଦିନ ପାଇଁ ଏକତ୍ର ରହିବା ପରେ କ’ଣ ସେମାନଙ୍କର ଦାମ୍ପତ୍ୟ ଜୀବନ ପୁଣି ଥରେ ଯୋଡ଼ି ହୋଇପାରିବ, ଆସନ୍ତାକାଲି ଏହାର ଉତ୍ତର ମିଳିବ । ତେବେ ସୁମିତଙ୍କ ଓକିଲଙ୍କ କ’ଣ ପକ୍ଷ ରଖୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର । ଏହା ତପସ୍ୱିନୀ ଆଉ ସୁମିତଙ୍କୁ ଯୋଡ଼ିବ ନା ଅଲଗା କରିବ ତାହା ପ୍ରମାଣିତ ହୋଇଯିବ । ଯଦି ଉଭୟେ ପରସ୍ପରକୁ ହୃଦୟର ସହ ପ୍ରେମ କରୁଥିବେ, ତେବେ ନିଶ୍ଚିତ ସେମାନଙ୍କର ସମ୍ପର୍କ ଯୋଡ଼ି ହୋଇଯିବ । ଆଉ ସେମାନେ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।

Get real time updates directly on you device, subscribe now.