fbpx

ଯୁକ୍ତ ଦୁଇ ପରେ ଏହି କ୍ୟାରିୟରକୁ ନେଇ ଚିନ୍ତିତ: ଏହି ୫ ବିକଳ୍ପ ଦେଉଛି ଅଧିକ ଆୟର ସୁଯୋଗ

ନୂଆଦିଲ୍ଳୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ୟାରିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଞ୍ଜିନିୟରିଂ, ମେଡିକାଲ, ଆକାଉଣ୍ଟସ ପରି କ୍ୟାରିୟର ପାଇଁ ପ୍ରତିଦ୍ୱନ୍ଦିତାର ସ୍ତର ସବୁଠାରୁ ଶୀର୍ଷରେ । ଦିନକୁ ଦିନ ଏହି ସମସ୍ତ କ୍ଷେତ୍ରରେ କମ୍ପିଟେସନ ବଢିବାରେ ଲାଗିଥିବା ବେଳେ ଆସନ୍ତୁ ନଜର ପକାଇବା ସବୁଠାରୁ ଅଧିକ ବେତନ ଏବଂ ସୁରକ୍ଷା ପ୍ରଦାନ କରୁଥିବା ୫ଟି କ୍ୟାରିୟର ଉପରେ । ଆସନ୍ତା ଦିନ ମାନଙ୍କରେ ଏହି ୫ଟି କ୍ଷେତ୍ର ଆଗକୁ ବଢିବାର ସର୍ବାଧିକ ସୁଯୋଗ ରହିଥିବାରୁ ଯୁକ୍ତ ଦୁଇ ପରେ ଆପଣ ଏହି କ୍ୟାରିୟର ବିକଳ୍ପ ଚୟନ କରିପାରନ୍ତି ।
ଥେରାପିଷ୍ଟ: ମାନସିକ ସ୍ୱାସ୍ଥ୍ୟକୁ ନେଇ ରହିଥିବା କୁସଂସ୍କାର ଧୀରେ ଧୀରେ ସମାଜରୁ ହ୍ରାସ ପାଇବାରେ ଲାଗିଛି । ଏପରି ପରସ୍ଥିତିରେ ଥେରାପିଷ୍ଟ ଏକ ବଢିଆ କ୍ୟାରିୟର ବିକଳ୍ପ ସାବ୍ୟସ୍ତ ହେବ । ଅକୁପେସନାଲ ଥେରାପୀରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିବା ସହିତ ବାର୍ଷିକ ୫-୯ ଲକ୍ଷ ଟଙ୍କା ଯାଏଁ ଆୟ କରିହେବ ।
କନଷ୍ଟ୍ରକସନ ମ୍ୟାନେଜର: କନଷ୍ଟ୍ରକସନ ମ୍ୟାନେଜର କାମଟି ଅତ୍ୟନ୍ତ ଆକର୍ଷଣୀୟ ଚାକିରି ଅଟେ । ବିଭିନ୍ନ ଅଟ୍ଟାଳିକା ଏବଂ ଅନ୍ୟାନ୍ୟ କନଷ୍ଟ୍ରକସନର ଡିଜାଇନ ଏବଂ ନିର୍ମାଣ ଅନୁଧ୍ୟାନ କରିବାକୁ ପଡିଥାଏ । କେବଳ ବ୍ୟାଚେଲର ଡିଗ୍ରୀ ହାସଲ କଲେ ବାର୍ଷିକ ୧୦-୧୫ ଲକ୍ଷ ଟଙ୍କା ଆୟ କରି ହେବ ।
ଶିକ୍ଷକ: ଶିକ୍ଷକ ଏହି ତାଲିକାରେ ରହିଥିବା ସବୁଠାରୁ ସାଧାସିଧା ଚାକିରି ଅଟେ । ୨୦୨୧ରେ ସବୁଠାରୁ ଅଧିକ ଲୋକ ଏହି ପ୍ରଫେସନକୁ ବାଛିଛନ୍ତି । ଏହି ଚାକିରି ପାଇଁ ଆପଣଙ୍କୁ ବ୍ୟାଚେଲର ବା ମାଷ୍ଟର୍ସ ଡିଗ୍ରମୀର ଆବଶ୍ୟକତା ପଡିଥାଏ । କେଉଁ ଶ୍ରେଣୀରେ ଆପଣ ପାଠ ପଢାଉଛନ୍ତି ତା ଉପରେ ଆପଣଙ୍କ ଆୟ ନିର୍ଭର କରିଥାଏ । ପାଠପଢା ଶ୍ରେଣୀ ଆଧାରରେ ବାର୍ଷିକ ୫-୬ ଲକ୍ଷ ଟଙ୍କା ଆୟ କରିହେବ ।
ଡାଟା ଆନାଲିଷ୍ଟ: ବିଂଶ ଶତାବ୍ଦୀରେ ସବୁଠାରୁ ଆକର୍ଷଣୀୟ ଚାକିରି ମଧ୍ୟରେ ଡାଟା ଆନାଲିଷ୍ଟ ଅନ୍ୟତମ । ସମଗ୍ର ବିଶ୍ୱ ଅନଲାଇନ ଆଡକୁ ଗତି କରୁଥିବା ବେଳେ ଏହା ଏକ ଶ୍ରେଷ୍ଠ କ୍ୟାରିୟର ଚଏସ ହୋଇପାରିବ । ଡାଟା ଆନାଲିଷ୍ଟରେ ମାଷ୍ଟର୍ସ ଡିଗ୍ରୀ ସହିତ ଆପଣ ବାର୍ଷିକ ୮-୧୦ ଲକ୍ଷ ଟଙ୍କା ଆୟ କରିପାରିବେ ।
ରୋଷେଇ(କୁଲିନାରୀ ଆର୍ଟସ): ରୋଷେଇ ଶୁଣିବାକୁ ସାମାନ୍ୟ ଅଡୁଆ ଲାଗୁଥାଇପାରେ । ତେବେ ଏହା ଅନ୍ୟତମ ଶ୍ରେଷ୍ଠ କ୍ୟାରିୟର ଚଏସ୍ । ଦେଶ ଓ ବିଶ୍ୱରେ ବିଳାସପୂର୍ଣ୍ଣ ହୋଟେଲ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ କୁଲିନାରୀ ଆର୍ଟସର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରଫେସନରେ ଆପଣ ବାର୍ଷିକ ୬-୧୦ ଲକ୍ଷ ଟଙ୍କା ଯାଏଁ ଆୟ କରି ପାରିବେ ।

Get real time updates directly on you device, subscribe now.