ଅଳ୍ପକେ ବର୍ତ୍ତିଲେ ଯୁବକ, ଆତ୍ମହତ୍ୟା କରିବା ପାଇଁ ଟ୍ରେନ ଲାଇନରେ ଶୋଇଥିଲେ…

ଗୋପାଲଗଞ୍ଜ : ବିହାରରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା । ରାତି ପ୍ରାୟ ସାଢେ ୧୦ଟା ବେଳେ ଟ୍ରେନ ତାର ଗତିରେ ଚାଲୁଥିଲା । ଏହାର କିଛି ସମୟ ପରେ ଲୋକପାଇଲଟ ଟ୍ରେନ ଲାଇନରେ ଟର୍ଚ୍ଚ ଲାଇଟ ଦେଖିବାକୁ ପାଇଲେ । ଯାହାଫଳରେ ଲୋକ ପାଇଲଟ ସତର୍କ ହୋଇ ବ୍ରେକ ମାରିଲେ । ଟ୍ରେନ ଅଟକିବା ପର୍ଯ୍ୟନ୍ତ ଯୁବକଙ୍କ ଉପର ଦେଇ ଗଡି ଯାଇଥିଲା ଟ୍ରେନ । କିନ୍ତୁ ଯୁବକ ଜଣକ ଦୁଇ ଟ୍ରେନ ଲାଇନ ମଧ୍ୟରେ ରହିଥିଲେ । ଯାହା ଫଳରେ ତାଙ୍କର ଜୀବନ ବଞ୍ଚି ଯାଇଥିଲା । ଏହା ପରେ ଲୋକପାଇଲଟ ଯୁବକଙ୍କୁ ବୁଝାସୁଝା କରି ଟ୍ରେନ ଟ୍ରାକରୁ ବାହାର କରିଥିଲେ ।

୪ ସେପ୍ଟେମ୍ବରରେ ରାତିରେ ଶିବାନ ଠାରୁ ଗୋପାଳଗଞ୍ଜର ପଞ୍ଚଦ୍ୱାରୀ ପର୍ଯ୍ୟନ୍ତ ଏକ ପ୍ୟାସେଞ୍ଜର ଟ୍ରେନ ବାହାରିଥିଲା । ଠିକ ୧୦.୩୦ ସମୟରେ ଲୋକ ପାଇଲଟ ଏକ ଟର୍ଚ୍ଚ ଟ୍ରେନ ଲାଇନରେ ଜଳୁଥିବା ଦେଖିବାକୁ ପାଇଥିଲେ ସେ ତୁରନ୍ତ ଟ୍ରେନର ବ୍ରେକ ଲଗାଇଥିଲେ । ଏହା ପରେ ଲୋକ ପାଇଲଟ ଟ୍ରେନରୁ ତାଳକୁ ଓହ୍ଲାଇ ଦେଖିଥିଲେ ଯୁବକ ଠିକ ଠାକ ଅଛନ୍ତି । ଏହା ପରେ ଯୁବକଙ୍କୁ ଆତ୍ମ ହତ୍ୟା କାରଣ ପଚାରିବାରୁ ସେ କହିଲେ ଘରେ ପାଟିତୁଣ୍ଡ ହୋଇଥିବା କାରଣରୁ ସେ ଆତ୍ମହତ୍ୟା କରିବକୁ ଆସିଥିଲେ । ତେବେ ଯୁବକ ଜଣଙ୍କ ନା ସୁଧିର ଚୌଧୁରୀ । ସେ ନିକଟରେ ଥିବା ପେଡେୟା ଗାଁରେ ରୁୁହନ୍ତି । ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ ।

ଲୋକପାଇଲଟ ରାକେଶ କୁମାରଙ୍କ କହିବା ଅନୁସାରେ ଏହା ଏକ ଆଶ୍ଚର୍ଯ୍ୟ ଘଟଣା । ଠିକ ନିଷ୍ପତି ଏବଂ ସଠିକ ସମୟରେ ବ୍ରେକ ମାରିଥିବାରୁ ଏହି ଦୁଇ ଜଣ ଲୋକପାଇଲଟଙ୍କୁ ଡିଆରଏମ ପ୍ରୋତ୍ସାହିତ କରିବାର ସୂଚନା ରହିଛି ।