fbpx

Bike ଚାଳକ ସାବଧାନ! ଏହି ବାଇକକୁ ଦେଖିବା ମାତ୍ରେ ଚାଲାଣ କାଟିବେ ଟ୍ରାଫିକ ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଦେଖିଥିବେ ଟ୍ରାଫିକ ପୋଲିସକର୍ମୀ କିଛି ନିର୍ଦ୍ଦିଷ୍ଟ ଗାଡିଚାଳକଙ୍କୁ ଧରିଥାନ୍ତି । ଏବଂ ସେହିମାନଙ୍କ ପାଖରୁ ଚାଲାଣ କାଟିଥାନ୍ତି । କିନ୍ତୁ ଏହା ଦେଖି ଅନେକ ଥର ମନରେ ପ୍ରଶ୍ନ ଆସେ ଟ୍ରାଫିକ ପୋଲିସ କେମିତି ପ୍ରକୃତ ଭୁଲ କରିଥିବା ଚାଳକକୁ ପରଖି ପାରନ୍ତି ? କେଉଁ ବାଇକକୁ ଧରିବାକୁ ହେବ ଏହା ସେମାନଙ୍କୁ କେମିତି ଜଣାପଡିଥାଏ ? ତେବେ ଆଖିକୁ ସ୍ପଷ୍ଟ ଦେଖାଯାଉଥିବା ନିୟମ ଉଲ୍ଲଙ୍ଘନ ଦ୍ୱାରା ହୋଇଥାଏ । କୌଣସି ଗାଡିଚାଳକ ଭୁଲ କଲେ କିମ୍ବା ଟ୍ରାଫିକ ନିୟମ ଭାଙ୍ଗିଲେ ଟ୍ରାଫିକ ପୋଲିସଙ୍କ ନଜର ତାଙ୍କ ଉପରେ ପଡିଥାଏ । ତେବେ ବର୍ତ୍ତମାନ ଏହି ବାଇକ ଗୁଡିକୁ ଦେଖିବା ମାତ୍ରେ ପୋଲିସ ଚାଲାଣ କାଟିବେ ।

ହେଲମେଟ ପିନ୍ଧି ନଥିବା ଚାଳକ: ବାଇକ କିମ୍ବା ସ୍କୁଟରରେ ଯିବା ସମୟରେ ହେଲମେଟ ପିନ୍ଧିବା ନିହାତି ଜରୁରୀ । ଗାଡିଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ନେଇ ଟ୍ରାଫିକ ନିୟମ ରହିଛି । ତେବେ ଏହି ନିୟମକୁ ଅବମାନନା କଲେ କିମ୍ବା ବିନା ହେଲମେଟରେ ଗାଡି ଚଳାଉଥିବାର ଦେଖା ଯାଆନ୍ତି ତାଙ୍କୁ ଟ୍ରାଫିକ ପୋଲିସ ୧୦୦୦ଟଙ୍କା ପର୍ଯ୍ୟନ୍ତ ଚାଲାଣ କାଟିପାରନ୍ତି ।

ଅବୈଧ ମଡିଫିକେସନ: ସାଧାରଣତଃ ବାଇକର ସାମାନ୍ୟ କିଛିଟା ପରିବର୍ତ୍ତନ କରିବା ପାଇଁ ଅନୁମତି ରହିଛଇ । କିନ୍ତୁ ଏମିତି କିଛି ମଡିଫିକେସନ ରହିଛି ଯାହାକୁ ଟ୍ରାଫିକ ନିୟକ ଅନୁସାରେ ଅବୈଧ ବୋଲି ବିବେଚନା କରାଯାଏ । ଯେପରି ବାଇକର ହେଡ ଲାଇଟ ଏବଂ ଟେଲ ଲାଇଟକୁ ବ୍ଲାକ୍ଡ ଆଉଟ କରିବା ଏବଂ ମାତ୍ରାଧିକ ଶବ୍ଦ କରୁଥିବା ଏଗଜାଷ୍ଟ ଲଗାଇବା ଇତ୍ୟାଦି । ଏଭଳି ଜିନିଷ ଦ୍ୱାରା ଟ୍ରାଫିକ ପୋଲିସ ଆପଣଙ୍କର ଚାଲଶଣ କାଟିପାରନ୍ତି ।

ନମ୍ବର ପ୍ଲେଟରେ ଏପଟସେପଟ କରିବା: ଗାଡିର ନମ୍ବର ପ୍ଲେଟକୁ ନେଇ ମଧ୍ୟ ଟ୍ରାଫିକ ନିୟମ କଡା କଡି ହୋଇଛି । କୌଣସି ଗାଡିର ନମ୍ବର ପ୍ଲେଟରେ ପରିବର୍ତ୍ତନ କରିବା ମାଲିକଙ୍କୁ ମହଙ୍ଗା ପଡିପାରେ । ଅନେକ ଲୋକ ନମ୍ବର ପ୍ଲେଟରେ ନମ୍ବର ବ୍ୟତୀତ ଆହୁରି ଅନେକ କିଛି ଲେଖି ଦେଇଥାନ୍ତି । ଏହାକୁ ଟ୍ରାଫିକ ନିୟମରେ ଅବୈଧ ବୋଲି କୁହାଯାଇଛି । ଆଉ କିଛି ଲୋକ ନମ୍ବର ପ୍ଲେଟର ସାଇଜ ଏବଂ ଆକୃତି ମଧ୍ୟ ବଦଳାଇ ଦେଇଥାନ୍ତି । ଏଭଳି ମୋଟରସାଇକେଲ ଦେଖିଲେ ପୋଲିସ ନିଶ୍ଚୟ ଅଟକାଇ ଏହାର ଚାଲାଣ କାଟିପାରନ୍ତି ।

ଓଭରଲୋଡିଙ୍ଗ: ଓଭରଲୋଡିଙ୍ଗ କରି ଗାଡି ଚଳାଇବା ସଭିଙ୍କ ପାଇଁ ବିପଦଜନକ ହୋଇପାରେ । ଏହାଦ୍ୱାରା ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇବା ସହ ମୃତ୍ୟୁର ଭୟ ମଧ୍ୟ ବଢିଯାଇଥାଏ । ଏହାସହିତ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ଏହା ବିପଦ ହୋଇପାରେ । ତେଣୁ ଓଭରଲୋଡିଙ୍ଗ କରିବାରୁ ନିବୃତ୍ତ ରହିବାକୁ ଟ୍ରାଫିକ ନିୟମରେ କୁହାଯାଇଛି । ତେବେ ଏମିତି ଅବସ୍ଥାରେ ଟ୍ରାଫିକ ପୋଲିସଙ୍କ ନଜର ଆପଣଙ୍କ ଉପରେ ପଡିଲେ ଆପଣଙ୍କର ମୋଟା ଅଙ୍କର ଚାଲାଣ କଟାଯାଇପାରେ ।

Get real time updates directly on you device, subscribe now.