fbpx
BSKY SKY
BSKY SKY

ଗାଡ଼ିର ପଛ ଲାଇଟ୍ ନଜଳିଲେ କଟିଯିବ ଚାଲାଣ: ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ

BSKY

ଭୁବନେଶ୍ବର: ଆଜିକାଲି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜଧାନୀରେ ରାତି ବଢ଼଼ିଲେ, ବଢ଼଼ୁଛି ଦୁର୍ଘଟଣାର ଆଶଙ୍କା। ଆଉ ମଦ୍ୟପ ଚାଳକଙ୍କ ଲାଗି ଅଧିକ କାଳ ହୋଇଛି ରାଜଧାନୀ ରାଜପଥ। ପ୍ରତି ଦୁଇ ରାତିରେ ଦୁର୍ଘଟଣାରେ ହାରାହାରି ଜଣଙ୍କ ଜୀବନ ଯାଉଛି। କେଉଁଠି ମଦୁଆ ଚାଳକ କିଏ ଡିଭାଇଡରରେ ପିଟିଦେଲାଣି ତ ଆଉ କିଏ ଟ୍ରକ ପଛରେ ପିଟିଲାଣି। ଶୀତ ଦିନେ କୁହୁଡ଼ି ଓ ରାତିରେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ପାଇଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଏକ ଆକଳନରୁ ଜଣାପଡ଼ିଛି। ସଡକ ଦୁର୍ଘଟଣା, ଅମାନିଆ ଗାଡି ଚାଳନାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଅନେକ ନିୟମ ଲାଗୁ କରୁଛି ।

ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉଛି । ଏହାରି ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଚାଲାଣ ଆଦାୟ କରିବାକୁ ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ । ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଧିକାରୀଙ୍କୁ ମାସିକ ଟାର୍ଗେଟ ଦେଇଛି ପରିବହନ ବିଭାଗ । ଏଥିପାଇଁ କେଉଁ କେଉଁ ଆଧାରରେ ଲୋକଙ୍କର ଚାଲାଣ କଟିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିସହ କେଉଁ ଜିଲ୍ଲାରୁ କେତେ ଫାଇନ ବା ଚାଲାଣ କଟାଯିବ ସେ ନେଇ ମଧ୍ୟ ଏକ ନିର୍ଦ୍ଧାରିତ ଧାର୍ଯ୍ୟ ମୂଲ୍ୟ ଲକ୍ଷ୍ୟ ଦିଆଯାଇଛି ।

ଏଥିରେ କେବଳ ଆରଟିଓ ଅଧିକାରୀ ନାହାଁନ୍ତି ବରଂ ତାଙ୍କ ଅଧିନରେ ଥିବା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ମୋଟର ଭେଇକିଲ ଇନସ୍ପେକ୍ଟର, ଅତିରିକ୍ତ ମୋଟର ଭେହିକିଲ ଇନସ୍ପେକ୍ଟରଙ୍କ ସହ ଟିଆଇମାନଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ମାସ 7ତାରିଖ ସୁଧା ଏହାର ରିପୋର୍ଟ RTO ଅଧିକାରିମାନେ ପରିବହନ ବିଭାଗ ମୁଖ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେଉଁ କେଉଁ ଆଧାରରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ରହିଛି ।

କେଉଁ କେଉଁ ଆଧାରରେ କଟିବ ଚାଲାଣ: ଗାଡିର ପଛ ଲାଇଟ୍ ଜଳୁ ନଥିଲେ କଟିବ ଫାଇନ । ମାଲ ବୋଝେଇ ଗାଡିରେ ଯାତ୍ରୀ ପରିବହନ ନିଷେଧ ରହିଛି । ଏଥିପାଇଁ ଯଦି ନିୟମ ଭାଙ୍ଗୁଛନ୍ତି ମଧ୍ୟ ଚାଲାଣ କଟିବାର ପ୍ରାବଧାନ ରହିଛି । ଏହାସହ ମାଲ ବୋଝେଇ କ୍ଷମତା ଠାରୁ ଅଧିକ ମାଲ ପରିବହନ କଲେ ଚାଲାଣ କଟିବ । ଭୁଲ ଯାଗାରେ ପାର୍କିଂ କରିଥିଲେ ଗାଡି ଫାଇନ କଟିବ । ଏନେଇ ପାର୍କିଂ ନିଷେଧ ଅଞ୍ଚଳରେ ଗାଡି ରଖନ୍ତୁ ନାହିଁ । ରାସ୍ତାର‌ ଭୁଲ ପାର୍ଶ୍ଵରେ ଗାଡି ଚଲାଉ ଥିଲେ ଫାଇନ କଟି ପାରେ । ବିନା ସିଟ ବେଲ୍ଟରେ ଗାଡି ଚଲାଉଥିଲେ କଟିବ ଫାଇନ । ବିନା ହେଲମେଟରେ ଦୁଇ ଚକିଆ ଚଲାଇଲେ କଟି ଚାଲାଣ । ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର କରିଲେ ପଡିବ । ମଦ୍ୟ ପାନ କରି ଗାଡ଼ି ଚଳାଇଲେ ଫାଇନ କଟିବ ଚାଲାଣ । ନିର୍ଦ୍ଧାରିତ ବେଗ ଠାରୁ ଦୃତ ଗତିରେ ଗାଡି ଚଳାଇଲେ କଟିବ ଚାଲାଣ । ଗାଡ଼ିର ପଛ ଲାଇଟ୍ ନଜଳିଲେ ଫାଇନ କଟିବ । ଶୃଙ୍ଖଳିତ ଗାଡି ଚଳାଚଳ ପାଇଁ ଅନେକ ନିୟମ କରିଛି ପରିବହନ ବିଭାଗ ।

Get real time updates directly on you device, subscribe now.