fbpx

ବାହାନଗାରେ ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣା: ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗାରେ ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ 3 ଜୁନ୍ ରେ ରାଜ୍ୟ ବାହାରେ କୌଣସି ରାଜ୍ୟ ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଧାର କାର୍ଯ୍ୟ ଜାରି ରହିଛି।

ତେବେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ ଅତିକ୍ରମ କରିସାରିଛି। ଏହାପରେ ମଧ୍ୟ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସବିଶେଷ ରିପୋର୍ଟ ଅନୁଯାୟୀ ହଜାର ରୁ ଉର୍ଧ ଲୋକେ ଆହତ ଥିବାରୁ ଆଗକୁ ଏହି ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି। ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଛି।

Get real time updates directly on you device, subscribe now.